ଭଞ୍ଜନଗର (ଓବି ନ୍ୟୁଜ୍)(ଜୟକୃଷ୍ଣ ପଟ୍ଟନାୟକ) ; ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୁଣ୍ଡରିବାଡ଼ି ଗ୍ରାମ ଆଡୁଆ ସାହି ରେ ବିଦ୍ୟୁତ ଆଘାତରେ ଏକ ବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଗୁଣ୍ଡୁରିବାଡି ଗ୍ରାମର ଆଡୁଆ ସାହି ରେ ବାସ କରୁଥିବା ସନ୍ୟାସୀ ପ୍ରଧାନ ଙ୍କ ପୁଅ ଶ୍ରୀକାନ୍ତ କୁମାର ପ୍ରଧାନ (୧୧) ଦିନ ୪ଟା ବେଳେ ସାଙ୍ଗମାନଙ୍କ ସହ ଘର ବାହାରେ ଖେଳୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ଖୁଣ୍ଟ ନିକଟକୁ ଯାଇଥିଲା ହେଲେ ବର୍ଷା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶ ରେ ଆସି କିଛି ସମୟ ପରେ ଛିଟକି ପଡିଥିଲା । ଏହା ଦେଖି ତାର ସାଙ୍ଗମାନେ ପରିବାର ଲୋକଙ୍କୁ ଜଣାଇବା ପରେ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ହେଲେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇଁ ପୋଲିସ୍ ପହଞ୍ଚି ମୃତ ଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି ।