ଜି.ଉଦୟଗିରି (ଓବି ନ୍ୟୁଜ୍)(ପ୍ରତାପ ଚନ୍ଦ୍ର ପାଢୀ) ; କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଗତ ୧୧ ତାରିଖରେ ସ୍ଥାନୀୟ ବ୍ଲକ ସଭାଗୃହରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଅଞ୍ଚଳର ସମସ୍ତ ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ଏକ ବୈଠକ କରିଥିଲେ । ଆଗାମୀ ଦିନରେ ଜନସାଧାରଣ ନିଜର ମୌଳିକ ସୁବିଧାରୁ ଯେପରି ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ପରେ ସ୍ଥାନୀୟ ଏନଏସି ସଭା ଗୃହରେ ସମୀର କୁମାର ପାଢୀ ଙ୍କ ସଭାପତିତ୍ବରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ରୂପେ ସାଂସଦ ଶ୍ରୀ ସାମନ୍ତ ଙ୍କ ସହ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ। ଏନଏସି ର ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରି ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ କିମ୍ସ ପକ୍ଷରୁ ମାଗଣାରେ ସ୍ବାସ୍ଥ୍ୟ ଶିବିର ପ୍ରତି ମାସରେ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ସାଂସଦ ଅଧିବେଶନରେ କନ୍ଧମାଳ ଜିଲ୍ଲାର ସମସ୍ୟାଗୁଡ଼ିକୁ ଯଥା ଜିଲ୍ଲାରେ ମେଡିକାଲ୍ କଲେଜ୍ ସ୍ଥାପନା, ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ,ରେଳ ସଂଯୋଗ ଆଦି ବିଷୟରେ ଉପସ୍ଥାପନା କରି ବିଭାଗୀୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିବା ଶ୍ରୀ ସାମନ୍ତ କହିଥିଲେ । ପ୍ରଥମେ ପର୍ଯ୍ୟଟକ ମାନଙ୍କୁ ମୌଳିକ ସୁବିଧା ଯୋଗାଇବା ସହ ସ୍ଥାନୀୟ ଲୋକଙ୍କ ସହଯୋଗ ମିଳିଲେ ବିକାଶ ତୁରନ୍ତ ସମ୍ଭବ ବୋଲି ଶ୍ରୀ ସାମନ୍ତ କହିଥିଲେ । ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ,ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନ,କ୍ରିଷ୍ଣା କୁମାର ପଣ୍ଡା,ଆଇନଜୀବୀ ପ୍ରିୟବ୍ରତ ସାହୁ,ବୁଲିଆନ ନାୟକ,ରାମାରାଓ ପାତ୍ର,ଶାନ୍ତନୁ ପ୍ରଧାନ,ପ୍ରଶାନ୍ତ ଦାସ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ କାଳୁ ଚରଣ ପଣ୍ଡା ପରିଚାଳନା କରିଥିଲେ ।