ବ୍ରହ୍ମପୁର (ଓବି ନ୍ୟୁଜ୍) ; ଆଜି ପବିତ୍ର ଇଦ୍-ଉଲ-ଜୁହା ବା ବକ୍ରୀ ଇଦ୍ । ତ୍ୟାଗ ଓ ବଳିଦାନର ପର୍ବ ପାଇଁ ରେଶମ ସହର ବ୍ରହ୍ମପୁର ଚଳଚଞ୍ଚଳ ହୋଇପଡିଛି । ଆଜି ସକାଳୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟ ଇଦଗା ପଡିଆରେ ମୁସଲମାନ ଧର୍ମାବଲମ୍ବୀ ମାନେ ଏକତ୍ରିତ ହୋଇ ସମୁହ ନମାଜ୍ ପାଠ କରିଥିଲେ । ଏହାପରେ ପରସ୍ପରକୁ ଆଲିଙ୍ଗନ କରି ଇଦ-ଉଲ୍-ଜୁହାର ଶୁଭେଚ୍ଛା ଜଣାଇଥିଲେ । ଆଜିର ଦିନରେ ନିଜର ସବୁଠୁ ପ୍ରିୟ ସାମଗ୍ରୀ ଆଲ୍ଲାଙ୍କ ନିକଟରେ ସମର୍ପଣ କରିବାର ପରମ୍ପରା ରହିଛି । ହିଂସା, ପାପ, ମାୟା ତ୍ୟାଗ କରି ଭାଇଚାରାର ଭାବ ସୃଷ୍ଟି ଉଦ୍ଦେଶ୍ୟରେ ଆଜିର ଦିବସ ପାଳନ କରାଯାଉଥିବା ମୁସଲମାନ ଧର୍ମାବଲମ୍ବୀ ମାନେ ପ୍ରକାଶ କରିଛନ୍ତି । ସେପଟେ ବକ୍ରୀ ଇଦ୍ ପାଳନକୁ ଦୃଷ୍ଟିରେ ବ୍ରହ୍ମପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।