ବରିଷ୍ଠ ନାଗରିକଙ୍କ ମଧ୍ୟରେ ୱାକିଂ ପ୍ରତିଯୋଗିତା ହେବ

0
30

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଛତ୍ରପୁର ଠାରେ ପ୍ରଥମ ଥର କରି ବରିଷ୍ଠ ନାଗରିକମାନଙ୍କ ଉପଲକ୍ଷେ ଚାଲିବା (ୱାକିଂ) ପ୍ରତିଯୋଗିତା ଆସନ୍ତା ୧୮ ତାରିଖ ଠାରେ ଅନୁଷ୍ଠିତ ହେବ । ଏହାକୁ ସ୍ଥାନୀୟ କ୍ରୀଡା ସଂଘ ତରଫରୁ ଆୟୋଜନ କରାଯାଉଛି । ଏହି ସଂକ୍ରାନ୍ତରେ ସ୍ଥାନୀୟ ପିଏନ୍ୟୁଏ କଲେଜ ପରିସରରେ ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ସୁଶ୍ରୀ ସୁବର୍ଣ୍ଣମାଳା ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୧୮ ତାରିଖରେ ସ୍ଥାନୀୟ ଷ୍ଟାଡିୟମରେ ଅପରାହ୍ନ ୪ ଟା ବେଳେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସ୍ୱଚ୍ଛତା ଓ ପଲିଥିନ୍ ମୁକ୍ତ ଛତ୍ରପୁର ସହର ପାଇଁ ଏହି ପ୍ରତିଯୋଗିତାର ବାର୍ତ୍ତା ରହିବ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ଉତ୍ସାହିତ କରିବେ । ଆଜିର ଏହି ପ୍ରସୁତି ବୈଠକରେ ସଂଘର ସଦସ୍ୟ ଏ.ରାବଣା ରାଓ, ଅନିତା ମିଶ୍ର, ସୁନିତା ପାତ୍ର, ବି.ରାଜିବାବୁ, ରବୀନ୍ଦ୍ର କୁମାର ସାହୁ, ଡଃ.ରାଜେନ୍ଦ୍ର ଦାଶ, ସୁଶାନ୍ତ ନାୟକ, ଗଣେଶ୍ୱର ରାଓ, ସରୋଜ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here