ଭାରତୀୟ କ୍ଷେତମଜଦୂର ୟୁନିୟନର ଜିଲ୍ଲା ପରିଷଦ ବୈଠକ

0
47

ଛତ୍ରପୁର (ଓବିନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) : ଭାରତୀୟ କ୍ଷେତମଜଦୂର ୟୁନିୟନର ଗଂଜାମ ଜିଲ୍ଲା ପରିଷଦ ବୈଠକ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ୟୁନିୟନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ଗୈାଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରାରମ୍ଭରେ ସଂପାଦକ ବିଦ୍ୟାଧର ବେହେରା କାମଦାମର ବିବରଣୀ ଉପସ୍ଥାପନ କରିଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍ଲା କମିଟି ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ କ୍ଷେତମଜଦୂର ମାନେ ରାଜ୍ୟ ଓ ଦେଶରେ ସର୍ବାଧିକ ଅବହେଳିତ ନିର୍ଯ୍ୟାତିତ ଅବସ୍ଥାରେ ଅଛନ୍ତି । ଏଣୁ ସେମାନଙ୍କୁ ସଂଗଠିତ କରି ଜୋରଦାର ଆନ୍ଦୋଳନ କରିବାକୁ ହେବ ବୋି ମତବ୍ୟକ୍ତ କରିଥିଲେ । ଏହାବ୍ୟତିତ୍ କ୍ଷେତମଜଦୂର ମାନଙ୍କ ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯେଜନା ପ୍ରଚଳନ ହୋଇଥିଲେ ମଧ୍ୟ ଶାସକ ଦଳ ନେତା ଓ କର୍ମି ଏବଂ ସରକାରୀ କର୍ମଚାରୀ ମାନେ ଫଲସ୍ ବିଲ କରି ହରିଲୁଟ ଚଳାଇଛନ୍ତି ।ଏହାର ମଧ୍ୟ ପ୍ରତିରୋଧ କରିବାକୁ ହେବ ବୋଲି ଶ୍ରୀ ପାତ୍ର କହିଥିଲେ । ନିର୍ମାଣ ଶ୍ରମିକ ମାନଙ୍କ ପରି କ୍ଷେତ ମଜଦୂର ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବୈଠକରେ ଦାବୀ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୟନିୟନର ଉପସଭାପତି କୈଳାସ ଚନ୍ଦ୍ର ପଲେଇ , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଗଂଜାମ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାସ, ଏନ୍.ପାଣ୍ଡେୟା ରେଡ୍ଡୀ, ହରିହର ପାତ୍ର, ବିଜୟ ସାମନ୍ତରା ଏବଂ ବିଦ୍ୟାଧର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ମାସ ଶେଷ ସୁଦ୍ଧା ଜିଲ୍ଲାରେ ୧୫୦୦୦ ସଭ୍ୟ ସଂଗ୍ରହ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here