ବୀରମହାରାଜପୁର (ଓବି ନ୍ୟୁଜ୍) (ସୂର୍ଯ୍ୟନାରାୟଣ ପଣ୍ଡା ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ଘଟିଛି ଏକ ଅଭାବନୀୟ ଘଟଣା ! ଚାକିରୀରୁ ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମାଣିକପୁର ଗାଁର ଜଣେ ଛଟେଇ ହୋମଗାର୍ଡ । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସୂଚନାଯୋଗ୍ୟ ଯେ, ଛଟେଇ କର୍ମଚାରୀ ଗୁପ୍ତେଶ୍ବର ହାତୀ ୨୦୦୬ ମସିହାରୁ ସୋନପୁର ଜିଲ୍ଲାରେ ହୋମଗାର୍ଡ ଭାବରେ କାମ କରୁଥିଲେ । କିନ୍ତୁ ତାଙ୍କୁ ୨୦୦୭ ମସିହାରେ କୌଣସି କାରଣରୁ ଜିଲ୍ଲା ପୋଲିସ ତାଙ୍କୁ ଛଡେଇ କରିଥିଲା । ପରେ ସେ ପୋଲିସ ମହାନିର୍ଦ୍ଦେଶକଠାରୁ ଅଭିଯୋଗ କରି ପୁନଃ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ପାଇଥିଲେ କିନ୍ତୁ ଏବେ ସୋନପୁର ରେ ବାହାରିଥିବା ୪୫ ଜଣ ହୋମଗାର୍ଡ ପଦବୀ ପାଇଁ ମଧ୍ୟ ସେ ଆବେଦନ କରିଥିଲେ କିନ୍ତୁ ସେ ହୋମଗାର୍ଡ ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିନାହିଁ । ଏହା ପ୍ରତିବାଦରେ ସେ ଏସପିଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ କିନ୍ତୁ ତାଙ୍କୁ ନିଯୁକ୍ତି ନ ମିଳିବାରୁ ମାନସିକ ଭାରସାମ୍ୟ ହାରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଛଟେଇ ହୋମଗାର୍ଡର ପତ୍ନୀ କହିଛନ୍ତି । ଏବେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ୪୫ ଜଣଙ୍କର ଚୟନ ତାଲିକା ପ୍ରକାଶିତ ହୋଇଛି । ହେଲେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଉପେକ୍ଷା କରାଯାଇଥିବା ଆବେଦନ କରିଥିବା ପ୍ରାର୍ଥୀମାନେ ଅଭିଯୋଗ କରିଆସୁଛନ୍ତି । ।