ଯାତ୍ରୀ ବିଶ୍ରାମଗାର ଏବେ ଗୁହାଳ ପାଲିଟିଛି

0
88

ଛତ୍ରପୁର (ଓବିନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) : ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଲୋୟରବସଷ୍ଟାଣ୍ଡ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ଏବେ ଯାତ୍ରୀଙ୍କ ବଦଳରେ ଗାଇଗୋରୁଙ୍କ ଗୁହାଳ ପାଲଟିଛି । ଏହାସହିତ କିଛି ମଦୁଆଙ୍କ ମଦପିଇବା ସ୍ଥାନ ମଧ୍ୟ ପାଲଟିଥିବା କୁହାଯାଉଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏହି ଯାତ୍ରୀ ବିଶ୍ରାମଗାରରେ ଏବେ ଲୋକମାନେ ବିଶ୍ରାମ ନେବାକୁ ଅମଙ୍ଗୁଛନ୍ତି । କାରଣ ସେଠାରେ ଗାଇ , କୁକୁର ଏବଂ ମଇଁଷିମାନଙ୍କ ଶୈାଚ କରିବା ସ୍ଥାନ ପାଲଟିଛି ।

ଯାହାଫଳରେ ବିଶ୍ରାମଗାର ପରିସର ଅପରିଷ୍କାର ହୋଇ ହୋଇ ବିଭିନ୍ନ ପ୍ରକାର ସହିତ ମଇଳା ପଡିବା ସହିତ କିଛି ମଦୁଆ ଓ ଗଞ୍ଜୁଡୁମାନେ ମଦ ପିଇବା ନିମନ୍ତେ ରାତ୍ରୀରେ ପାଉଚ୍ ମଦ ପାନ କରି କାଲି ପକାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର ସଦରମହକୁମା ହୋଇଥିବାରୁ ଏଠାକୁ ଦୂର ଦୂରାନ୍ତର ଯାତ୍ରୀ ମାନେ ଆସିଥାନ୍ତି । ସେମାନଙ୍କ ପାଇ ଯାତ୍ରୀ ବିଶ୍ରାମଗାର ଥିଲେ ସୁଦ୍ଧା ସେମାନେ ସେଠାରେ ରହିବା ପାଇ ଉପଯୋଗୀ ମନେ କରୁନାହାନ୍ତି । ଯାତ୍ରୀ ବିଶ୍ରାମଗାର ପରିସରେ ମଇଳା ପଡିରହିଥିଲେ ।

ସୁଦ୍ଧା ଏହାକୁ କଡା ଯାଉନାହିଁ । ଯାହାଫଳରେ ବହୁ ଗନ୍ଧ ବାସନା ହେଉଛି । ଏହା ଯୋଗୁଁ ସେହିଅଂଚଳରେ ବ୍ୟବସାୟ କରୁଥିବା ବିଭିନ୍ନ ଦୋକାନୀ ମାନେ ବ୍ୟବସାୟ କରିପାରୁନାହାନ୍ତି । କାରଣ ଗନ୍ଧ ବାସନା ଯୋଗୁଁ ଗ୍ରାହକ ମାନେ ରହୁ ନାହାନ୍ତି ପଳାଇଯାଉଛନ୍ତି ବୋଲି ଅଭି୍େଯାଗ ହୋଇଛି । ଏହାସହ ବିଶ୍ରାମଗାରରେ କାନ୍ଥ ଝରକାରେ ଗ୍ରୀଲ ଲାଗାଇବା ପାଇଁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here