ଟିଟାନିୟମ କମ୍ପାନୀର ଅଫିସରଙ୍କୁ ଆକ୍ରମଣ ମାମଲାର ୬ ଶ୍ରମିକ ଗିରଫ

0
73

ଛତ୍ରପୁର, (ଓବିନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) :: ସରାଫ୍ ଟିଟାନିୟମ କାରଖାନାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ୬ ଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି । କାରଖାନାର ଅଫିସର ଜଣକ ଆନ୍ଧ୍ରପ୍ରଦେଶ ଅଞ୍ଚଳର ରାମା ରାଓ ବୋଲି ଜଣାପଡିଛି । ରବିବାର ଦିନ କାରଖାନା ପରିସରରେ ଉକ୍ତ ଅଫିସରଙ୍କ ସହ କିଛି ଶ୍ରମିକଙ୍କ ମଧ୍ୟ କୌଣସି ବିଷୟକୁ ନେଇ ମତାନ୍ତର ହୋଇଥିଲା । ପରେ ଶ୍ରମିକମାନେ ଅଫିସରଙ୍କୁ ଆକ୍ରମଣ କରିଥିଲେ । ଏହି ସଂକ୍ରାନ୍ତରେ କମ୍ପାନୀ ପକ୍ଷରୁ ଚମାଖଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ୯୬/୨୦୧୯ରେ ଏକ ମାମଲା ରୁଜୁ କରି ସୋମବାର ଆକ୍ରମଣରେ ସଂପୃକ୍ତ ୬ ଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି ଏସ୍ଡିପିଓ ଉକ୍ରଳ କେଶରୀ ଦାଶ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here