ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ନୂତନ ବୋଟ୍ ପହଞ୍ଚିଲା

0
130

ଛତ୍ରପୁର, (ଓବିନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) :: ସମୁଦ୍ରରେ ପାଟ୍ରୋଲିଂ କଡାକଡି ପାଇଁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଏକ ନୂତନ ବୋଟ୍ ସୋମବାର ପହଞ୍ଚିଛି । ଉପକୂଳ ସୁରକ୍ଷା ଲାଗି ଜଳପଥରେ ପାଟ୍ରୋଲିଂ ପାଇଁ ସରକାର ପୂର୍ବରୁ ୨ ବୋଟ୍ ଯୋଗାଇ ଦେଇଥିଲେ । ୨୦୧୩ ଫାଇଲିନ୍ ବାତ୍ୟାରେ ଉକ୍ତ ଦୁଇଟି ବୋଟ୍ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଏହାପର ଠୁ ଜଳପଥରେ ପାଟ୍ରୋଲିଂ ସକାଶେ ବହୁ ସମସ୍ୟା ରହୁଥିଲା । ଏ ସଂପର୍କରେ ସରକାରଙ୍କୁ ପୂର୍ବରୁ ବହୁବାର ଅବଗତ କରାଯାଇଛି । ଦୀର୍ଘ ବର୍ଷ ବ୍ୟବଧାନ ପରେ ସରକାର ପୁଣି ଏହି ଥାନାକୁ ଏକ ନୂତନ ବୋଟ୍ ଯୋଗାଇ ଦେଇଛନ୍ତି । ଧାମରା ବନ୍ଦର ଠାରୁ ଏକ ଟ୍ରଲର ଜରିଆରେ ବାହାରି ଏହି ବୋଟ୍ ଆଜି ଥାନା ଠାରେ ପହଞ୍ଚିଛି । ବୋଟ ଚାଳନା ନିମନ୍ତେ ଡ୍ରାଇଭର, ଇଞ୍ଜିନିୟର ଆଦି ଆନୁଷଙ୍ଗିକ ବ୍ୟବସ୍ଥା ସହ ୭ଜଣ କର୍ମଚାରୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here