ବ୍ରହ୍ମପୁର (ଓବି ନ୍ୟୁଜ)(ଅମର କୁମାର ଦାଶ) ; ବ୍ରହ୍ମପୁର ସହରର ବିଭିନ୍ନ ରାଧାକୃଷ୍ଣ ମନ୍ଦିର ପରିସରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । ସହେିପରି ସହରର ଗୋସାଣି ନୁଆଗାଁ ମେନ୍ ରୋର୍ଡ ସ୍ଥିତ ଗୋକୁଳ ଧାମ ଠାରେ ଶ୍ରାବଣ ଏକାଦଶୀ ଠାରୁ ମହାସମାରୋହରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ୫ ଦିନ ଯାଏଁ ଚାଲିବ । ଠାକୁରଙ୍କୁ ବିଜେ ମଣ୍ଡପ ଠାରୁ ଝୁଲଣ ମଣ୍ଡପକୁ ଏକ ବିରାଟ ଶୋଭାଯାତ୍ରାରେ ଆଣିଥିଲେ ପୂଜକ ପ୍ରଦୀପ ପାତ୍ର,ପ୍ରଶନ୍ନ ରଥ,ବିକ୍ରମ ପଣ୍ଡା ପ୍ରମୂଖ । ସନ୍ଧ୍ୟା ରେ ରାଧା କୃଷ୍ଣଙ୍କୁ ପାରମ୍ପରିକ ରୀତି ଅନୁଯାୟୀ ପୂଜାର୍ଚ୍ଚନା କଲା ପରେ ଆଳତୀ ହୋଇଥିଲା । ପରେ ମନ୍ଦିର ପ୍ରତିଷ୍ଠାତା ଜଗନ୍ନାଥ ରାଉତ,ମମିତା ରାଉତ,କେଦାର ନାଥ ଚୈ÷ାଧୁରୀ,ନିରୂପମା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସହରର ବିଭିନ୍ନ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଉପରେ ଆଧାରିତ ଇକ୍ସନ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୂର୍ଯ୍ୟ ନାରାୟଣ ପାତ୍ର ସଂଯୋଜନା କରିଥିବା ବେଳେ ଜୟକୃଷ୍ଣ ମିଶ୍ର,ପ୍ରଶନ୍ନ ନାୟକ,ରଘୁନାଥ ସାମନ୍ତରା,ଦୁର୍ଗା ପ୍ରସାଦ ପାତ୍ର,ବଟକୃଷ୍ଣ ଦଳାଇ,ସନ୍ତୋଷ ପଣ୍ଡା,ଲକ୍ଷ୍ମୀଧର ପଣ୍ଡା,ବୁଲୁ,ପଞ୍ଚାନନ ସାବତ,ସାହେବ ସାହୁ,ଗୌରୀ ପାତ୍ର,ବିରଜା ପାତ୍ର,ମୋନାଲିସା ଦାସ ପ୍ରମୂଖ ସହଯୋଗ କରିଥିଲେ । ଏହାକୁ ଦେଖିବା ପାଇଁ ଶତାଧୀକ ଭକ୍ତ ରୁଣ୍ଡ ହୋଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ଏହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ମନ୍ଦିର ପରିଚାଳକଙ୍କ ଠାରୁ ସୂବନା ମିଳିଛି ।