ବ୍ରହ୍ମପୁର (ଓବି ନ୍ୟୁଜ)(ଅମର କୁମାର ଦାଶ) ; ଅଗଷ୍ଠ ୧୫ ପବିତ୍ର ସ୍ୱାଧୀନତା ଦିବସ । ଆଗକୁ ଅ।।ସୁଛି ଏହି ଦିବସ । ଏଣୁ ଏହାକୁ ଧୁମଧାମରେ ପାଳନ ପାଇଁ ସବୁଠି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏଥିପାଇଁ ଜିଲ୍ଲ୍ା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁର ଠାରେ ପାଳନ ହେଉଛି ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ସିବସ ସମାରୋହ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ସରିଛି । ସମାରୋହ ପାଳନ ଅବସରରେ ମିଳିତ ପ୍ୟାରେଡ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏଣୁ ବ୍ରହ୍ମପୁର ଷ୍ଟାଡିୟମରେ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ଅଭ୍ୟାସ ସରିଛି ।
ଚଳିତ ବର୍ଷ ଏନସିସି,ସ୍କାଉଟ,ରେଡକ୍ରସ୍,ପୋଲିସ୍ ଓ ସିଭିଲିଆନ ଦଳକୁ ମିଶା ମୋଟ ୪୩ ଦଳ ଅଂଶଗ୍ରହଣ କରିବେ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୋଲିସ୍ ବେଣ୍ଡପାର୍ଟି ପ୍ୟାରେଡ ରେ ସାମିଲ୍ ହେବେ । ୮ଟି ସ୍କୁଲର ଶାରିରିକ କ୍ରୀଡା ପ୍ରଦର୍ଶନ କରିବେ । ପୋଲିସ୍ ଆରଆଇ ଦିଲ୍ଲୀପ କୁମାର ବେହେରା ପ୍ୟାରେଡ ର ନେତୃତ୍ୟ ନେବାକୁ ଥିବା ବେଳେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଟି.ଆଓ ମୁଖ୍ୟ ଅତିଥୀ ଭାବେ ଯୋଗ ଦାନ କରି ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିଭାଷଣ ଗ୍ରହଣ କରିବେ । ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ପ୍ୟାରେଡ୍ ।