ଫେସନ ସୋ ରେ ଚମକିଲେ ଟୁଇଙ୍କଲ

0
233

ଭୁବନେଶ୍ୱର (ଓବି ନ୍ୟୁଜ) ; ଭୁବନେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ଗ୍ଲମ ଫେସନ ସୋର ବିଜେତା ହୋଇଛନ୍ତି ଟୁଇଙ୍କଲ । ବ୍ରହ୍ମପୁର ପଣ୍ଡା କଲୋନୀ ନିବାସୀ ଟୁଇଙ୍କଲଙ୍କ ସମେତ ସମୁଦାୟ ୧୦ ଜଣ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ତେବେ ସମସ୍ତ ରାଉଣ୍ଡରେ ନିଜର ଦକ୍ଷତା ଓ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ ଟୁଇଙ୍କଲ । ଆଉ ପିନ୍ଧିଥିଲେ ବିଜୟ ମୁକୁଟ । ବିଏସଇପି ଛାତ୍ରୀ ଟୁଇଙ୍କଲ ମଂଚ ଉପସ୍ଥାପକ ଭାବେ ନିଜର ପରିଚୟ ସୃଷ୍ଠି କରିଥିବା ବେଳେ ଏୟାର ହଷ୍ଟେଜ ଭାବେ ମଧ୍ୟ ନିଜର ଅଭିଜ୍ଞତା ସାଉଁଟିଛନ୍ତି । ଆଗକୁ ଚାଲିବାର ଅଛି ଅନେକ ପଥ । ଏଣୁ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରସ୍ତୁତ ଚଳାଇଛନ୍ତି ବୋଲି ସେ କୁହନ୍ତି ।

LEAVE A REPLY

Please enter your comment!
Please enter your name here