ହିଞ୍ଜିଳିକାଟୁ(ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର):ହିଞ୍ଜିଳି ଦେଇ ଯାଇଥିବା ୭ନମ୍ବର କେନାଲରେ ଗାର୍ଡୱାଲ ନିର୍ମାଣକାମ ନିମ୍ନ ମାନର ହୋଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ନିର୍ମାଣକାର୍ଯ୍ୟରେ ନିୟମ ଉଲଘଂନ କରି ଅଳ୍ପ ସିମେଣ୍ଟ ଅତ୍ୟାଧିକ ବାଲି ବ୍ୟବହାର ହୋଇଥିବା ସହ କେନାଲ ୱାଲ୍ରେ ଲୁହା ଖାଡି ନଦେଇ ଯେଣ ତେଣ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ମଧ୍ୟ କାମର ତଦାରଖ କରୁନଥିବା ଦେଖିବାକୁ ମିଳୁଛି। ସେହିପରି ଗ୍ରୀଷ୍ମ ଋତୁ ଶେଷ ହେବାକୁ ବସିଲାଣି ଆଗକୁ ବର୍ଷା ଋତୁ ଆରମ୍ଭ ହେବାକୁ ଥିବା ବେଳେ ବିଭାଗୀୟ ଅଧିକାରୀ କାହା ସ୍ୱାର୍ଥରେ ଏହି ନିର୍ମାଣକାର୍ଯ୍ୟ ଶେଷ ନକରି ଅପେକ୍ଷା କରିଥିବା ସମସ୍ତଙ୍କୁ ଚକିତ କରୁଛି। ତେବେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏହିପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଦ୍ୱାରା ସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଚ୍ଚ କର୍ତ୍ତୃପକ୍ଷ ଏହି ସମ୍ବନ୍ଧରେ ଦୃଷ୍ଟିଦେଇ ତଦନ୍ତ ପୂର୍ବକ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ତେବେ ଏସମ୍ପର୍କରେ କଥା ହେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ