ଚାଷୀ ମନରେ ଖୁସି ଆଣିଲା ଲଘୁଚାପ ବର୍ଷା

0
24

ସୋନପୁର ,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ଗତ କାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା ଚାରିଆଡେ ହେଉଥିବା ବେଳେ ସୋନପୁର ଅଂଚଳର ସମସ୍ତ ବନ୍ଧ, ପୋଖରୀ, ନାଳ ଓ ଚାଷ ଜମିକୁ ଭରି ଦେଇଛି ପାଣି । ଆଗରୁ ଶୂନ୍ୟ ଦେଖା ଯାଉଥିବା ଚାଷ ଜମି ଗୁଡିକ ଏବେ ସବୁଜ ଦେଖା ଯାଉଛି । ବର୍ଷା ପାଇଁ ଚାଷୀ ମାନଙ୍କ ମନରେ ଆଶଙ୍କା ଦେଖା ଦେଇଥିବା ବେଳେ ବଂଚିଥବା ଧାନ ଗଛ ପାଇଁ ଚିନ୍ତାରେ ପଡି ଯାଇଥିଲେ ଚାଷୀ । ପାଣିର ଅଭାବ କାରଣରୁ ଚାଷ ରୁଆ କିମ୍ବା ବେଉସରା ହୋଇପାରୁନଥିଲା । ଏବେ ପାଣି ଚାଷ ଜମିରେ ସଂପୂର୍ଣ୍ଣ ଭାବେ ହେବା ପରେ ଚାଷୀର ମନରେ ଉତ୍ସାହ ଦେଖାଦେଇଛି । ଚାଷୀ ପାଣିର ଅଭାବରେ କ୍ଷତିଗ୍ରସ୍ତ ହେବା ଆଶଙ୍କା ଏବେ ଟଳିଯାଇଛି । ପହ୍ଲା ରୁଆ ଯୁଦ୍ଧା କାଳୀନ ଭିତିରେ ଚାଲୁଥିବାବେଳେ ବେଉସରା ମଧ୍ୟ ତ୍ୱରାନ୍ୱିତ ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ଅବଶ୍ୟ ଚାଷୀ ପାଇଁ ଏହି ସମୟରେ କୁଲି ମଜୁରିଆଙ୍କ ଅଭାବ କାରଣରୁ ଚାଷ ଜମିରେ ରୁଆ ଶେଷ କରିବା କଷ୍ଟକର ହୋଇପଡିଛି ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି । ବର୍ଷା ଅଦ୍ୟାବଧି ଜାରି ରହିଥିବା ବେଳେ ଆହୁରି ବର୍ଷା ହେଲେ ଚାଷ ଉପରେ ପ୍ରଭାବିତ କରିପାରେ ବୋଲି ଚାଷୀ ମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here