ନବବଧୂର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ

0
23

ନବରଙ୍ଗପୁର(ଓବି ନ୍ୟୁଜ)(ଟୁଟୁ ପଟ୍ଟନାୟକ):ନବବଧୂର ମୃତ୍ୟୁକୁ ନେଇଁ ପାପଡାହାଣ୍ଡି ଥାନାରେ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ କଲେ ମୃତ ନବବଧୁଙ୍କ ପରିବାର ଲୋକେ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଅନ୍ତର୍ଗତ ବାଙ୍କସର୍ଗି ଗାଁରେ । ପାପଡାହାଣ୍ଡି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ପଞ୍ଚାୟତର ବିରିଗୁଡା ଗ୍ରାମର ମେନକା ସୌରା (୨୦) ନାମକ ଯୁବତୀ ପ୍ରାୟ ଛଅ ମାସ ତଳେ ବାଙ୍କସର୍ଗି ଗ୍ରାମର ତୀର୍ଥ ସୌରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଘରେ ଉଭୟ ଦମ୍ପତ୍ତି ଙ୍କ ମଧ୍ୟରେ ଯୌତୁକ କୁ ନେଇ ଗଣ୍ଡଗୋଳ ଲାଗି ରହିଥିବାରୁ ଶ୍ୱଶୁର ଘରେ ସ୍ତ୍ରୀକୁ ଛାଡି ସ୍ୱାମୀ ଦାଦନ ଖଟିବା ପାଈଁ ବାହାର ରାଜ୍ୟକୁ ଯାଇଛନ୍ତି । ପ୍ରାୟ ସାତ ଦିନ ତଳେ ସାନ ଶ୍ୱଶୁର ମୃତ ନବବଧୁ ମେନକାଙ୍କ ମା ଘରକୁ ଯାଇ ବୁଝାସୁଝା କରି ମେନକାଙ୍କୁ ବାଙ୍କସର୍ଗି ଗ୍ରାମକୁ ନେଇ ଆସିଥିଲେ । କିନ୍ତୁ, ଗତକାଲି ସନ୍ଧ୍ୟାରେ ମେନକାର ମୃତ୍ୟୁ ଖବର ପରିବାର ଲୋକ ପାଇଥିଲେ । ଯାହାକୁ ନେଇ ପରିବାର ଲୋକେ ବାଙ୍କସର୍ଗି ଗାଁରେ ଆଜି ସକାଳେ ପହଂଚି ମୃତ ଶବ ଚଟାଣରେ ପଡ଼ିଥିବା ଦେଖି ସ୍ଥାନୀୟ ପାପଡାହାଣ୍ଡି ଥାନାରେ ଯୌତୁକ ଜନିତ ନିର‌୍ୟାତନାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରି ଶାଶୁ ଶ୍ୱଶୁର ଓ ନଣନ୍ଦଙ୍କ ନାମରେ ଅଭିଯୋଗ କରିଛନ୍ତି । ଏନେଇ ପାପଡାହାଣ୍ଡି ପୁଲିସ ଶବକୁ ବ୍ୟବଚ୍ଛେଦ ପରେ ସମ୍ପୂର୍ଣ୍ଣ ସତ୍ୟ ଜଣାପଡିବା ସହ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here