ମେସିନ୍ ଠୁ ବି ପ୍ରଖର ଆମ ଜିଲ୍ଲାପାଳ

0
786

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): କି ଦିନ କି ରାତି ପଲ୍ଲୀରୁ ସହର ସବୁଠି ପହଂଚି ଯାଉଛନ୍ତି ଆମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କେତେବେଳେ କେଉଁଠି ପହଚିଂବେ ତାହାର ହିସାବ ଖୋଜୁ ଖୋଜୁ ରକେଟ୍ ବେଗରେ ପହଂଚି ଯାଉଛନ୍ତି ସେ ଲୋକଙ୍କ ପାଖରେ । ବିଗତ ୪ ମାସ ଧରି ଏମିତି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲାରେ । ଆଉ ସବୁଠି ଏହାକୁ ନେଇ ଚାଲିଛି ଚର୍ଚ୍ଚା ।
ଗୋଟାଏ ପଟେ ଜିଲ୍ଲାରେ ଅଢେଇ ଲକ୍ଷ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଅନ୍ୟ ପଟେ ସଂକ୍ରମଣର ସଂଖ୍ୟା ବଢି ବଢି ଚାଲିଛି । ହେଲେ ସେଥିରେ ହତୋତ୍ସାହ ନହୋଇ କରୋନାର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ସକାଳୁ ସଞ୍ଜ ମାଡ଼ି ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ । କେତେବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି ତ କେତେବେଳେ ମେଡ଼ିକାଲ ଟିମ୍ ସହ ତ ଆଉ କେତେବେଳେ ପୁଲିସ ଟିମ୍ ସହ । ହେଲେ ଏସବୁ ଭିତରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରପଂଚ ଓ ସମିତି ସଭ୍ୟଙ୍କୁ ଭେଟି ସେମାନଙ୍କୁ କିଛି ଟିପ୍ସ ଦେବା ସହ ସେମାନଙ୍କ ଠାରୁ ପରାମର୍ଶ ନେବାକୁ ମଧ୍ୟ ଭୁଲି ନାହାନ୍ତି ସେ । ଆଜି ବାହୁଡ଼ା ଯାତ୍ରା ତଥାପି ସକାଳୁ ସକାଳୁ ଉଠି ଜିଲ୍ଲାପାଳ ଲାଗି ପଡ଼ିଛନ୍ତି ତାଙ୍କ ଦୈନନ୍ଦିନ ରୁଟିନ୍ କାମରେ । ଛତ୍ରପୁରରେ ବୈଠକ ସାରି ଘୁରି ବୁଲୁଛନ୍ତି ଗୋଟାଏ ବ୍ଲକ୍ ରୁ ଅନ୍ୟ ବ୍ଲକ୍ କୁ । ସରପଂଚ ଓ ସମିିତି ସଭ୍ୟାଙ୍କ ସହ ଆଲୋଚନା କରୁଛନ୍ତି କିପରି କରୋନାର ମୁକାବିଲା କରାଯାଇ ପାରିବ । କିପରି ଜନସାଧାରଣ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ହାତଧୁଆ ନିୟମକୁ ପାଳନ କରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ସରପଂଚ ମାନଙ୍କୁ କହିଛନ୍ତି । ଗାଁ ଗାଁରେ କିପରି କୋଭିଡ୍ ର ପରିଚାଳନା କରାଯାଇପାରିବ ସେନେଇ ମଧ୍ୟ କହିଛନ୍ତି । ଏହା ସହ ୱାର୍ଡ କମିଟି, ୱାଟସ୍ ସପ୍ ଗ୍ରୁପ୍ ଗଠନ କରିବା, ଗ୍ରାମାଂଚଳରେ ଦୋକାନୀ ମାନେ ଠିକଣା ଡାଇରୀ ରଖିବେ । ଏହା ସହ ଏଣେ ତେଣେ ବୁଲୁଥିବା ଟପ୍ପରୀ ମାନଙ୍କ ଉପରେ କଡ଼ା ନଜର ରଖିବେ ସରପଂଚ ମାନେ । ପ୍ରତ୍ୟେକ ପଂଚାୟତରେ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ କୋଭିଡ୍ କେୟାର୍ ହୋମ୍ ରେ ରଖି ତାର ଉତମ ଚିକିତ୍ସା କରିବା ନିମନ୍ତେ ଆଜି ଜିଲ୍ଲାପାଳ ବିଭିନ୍ନ ପଂଚାୟତର ସରପଂଚ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିରେ ବହୁ ସରପଂଚ ଓ ଜିଲ୍ଲାର ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here