ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ପାଢ଼ୀ): ଜି.ଉଦୟଗିରି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ବିନୋଦ ବିହାରୀ ଦାସ ଙ୍କ ସଭାପତିତ୍ବରେ ଆଗାମୀ ତିନି ବର୍ଷ ପାଇଁ ନୂତନ ପରିଚାଳନା କମିଟି ଗ୍ରାମବାସୀଙ୍କ ଉପସ୍ଥିତିରେ ମନୋନୀତ କରାଯାଇଛି।ଉକ୍ତ ବୈଠକରେ ସଭାପତି ରୂପେ ରାଜେନ୍ଦ୍ର ମହାପାତ୍ର,ଉପ ସଭାପତି ପ୍ରିୟବ୍ରତ ସାହୁ, ସମ୍ପାଦକ ସମୀର କୁମାର ପାଢୀ,ସହ ସମ୍ପାଦକ କାଳୁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଏସ.ଅଶୋକ ପାତ୍ର ଙ୍କୁ ମନୋନୀତ କରାଯାଇଥିବା ବେଳେ ସନ୍ତୋଷ କୁମାର ଆଚାର୍ଯ୍ୟ, ସଞ୍ଜୟ କୁମାର ଆଚାର୍ଯ୍ୟ , ରାମ ଚନ୍ଦ୍ର ସାହୁ, ଟି.ଅଶ୍ଵିନୀ ପାତ୍ର,ସଞ୍ଜୟ ସୁବୁଦ୍ଧିଙ୍କୁ କାର୍ଯ୍ୟକାରୀ ସଭ୍ୟ ରୂପେ ମନୋନୀତ କରାଯାଇଛି।ପ୍ରକାଶ ଚନ୍ଦ୍ର ଦାସ,ବିନୋଦ ବିହାରୀ ଦାସ,କେ.ରାମା ରାଓ ପାତ୍ର , ଏସ.ବଙ୍ଗାଳୀ ପାତ୍ର ପ୍ରମୁଖ ଙ୍କୁ ଉପଦେଷ୍ଟା ରୂପେ ମନୋନୀତ କରାଯାଇଛି।