ସୁନା ଲୁଟେରାଙ୍କୁ କାବୁ କଲା ପୁଲିସ

0
196

ବୋରିଗୁମ୍ମା(ଓବି ନ୍ୟୁଜ) (ଦୟାନିଧି ପଟ୍ଟନାୟକ): ବୋରିଗୁମ୍ମା ପୁଲିସ ଚୋରି ଓ ଡ଼କାୟତି ମାମଲାରେ ଦ୍ରୁ୍ଦ୍ଦାନ୍ତ ଡ଼କାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତକାଲି ପୁଲିସ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ସମୟରେ କୁନ୍ଦ୍ରଗୁନା ନିକଟରେ ଏକ ଡ଼କାୟତ ଦଳ ଡ଼କାୟତ ପାଇଁ ଯୋଜନା କରୁଥିବା ବେଳେ ସେହି ସମୟରେ ପୁଲିସ ତିନି ଡ଼କାୟତଙ୍କୁ କାବୁ କରିଥିଲା ।
ଡ଼କାୟତ ମାନେ ହେଲେ ଭଗବାନ ଖୋସଲା, ସୁନ୍ଦରଲାଲ୍ ନାଗ ଓ ଜିତୁ ସୋନି । ପୁଲିସ ସେମାନଙ୍କ ନିକଟରୁ ଚୋରି ଯାଇଥିବା ୫୦ ଗ୍ରାମ ସୁନା ଓ ୩୫ ହଜାର ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି । ହେଲେ ଘଟଣା ସ୍ଥଳରୁ ହେମନ୍ତ ହରିଜନ ଓ ସୋନା ଖୋସଲା ଖସି ଯାଇଥିବା ଜଣାପଡ଼ିଛି । ଗିରଫ ତିନି ଡ଼କାୟତ ଜୟପୁର, କୋଟପାଡ୍, କୁନ୍ଦୁରା , ବୋରିଗୁମ୍ମା ଆଦି ଅଂଚଳରୁ ଡ଼କାୟତି କରୁ ଆସୁଥିଲେ । ଫେରାର ଥିବା ଦୁଇ ଜଣଙ୍କୁ ଅତିଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ କହିଥିବା ବେଳେ ଚୋରି ସୁନା କିଣିବା ଅଭିଯୋଗରେ ପୁଲିସ ନବରଙ୍ଗପୁରର ଏ. ଶ୍ରୀନିବାସଙ୍କୁ ଦାଶକୁ ଅଟକ ରଖି ପଚରା ଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here