କରୋନା ଲଢେଇରେ ବିଜୟ ହାସଲ ସକାଶେ ସତର୍କତା ହିଁ ଏକମାତ୍ର ଅସ୍ତ୍ର

0
182

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) ; ଲୋକଙ୍କ ଜୀବନ ଜୀବିକା ସକାଶେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ କୁ ଚଳିତ ମାସ କୋହଳ କରାଯାଇଅଛି । ସାରା ଓଡିଶାରେ ଗଞ୍ଜାମ ଜିଲ୍ଲା ହିଁ ଏକମାତ୍ର ଜିଲ୍ଲା ଯେଉଁ ଜିଲ୍ଲାକୁ ବହୁ ପ୍ରବାସୀ ଫେରିଛନ୍ତି ଏବଂ ଜିଲ୍ଲାର ଅଧିକାଂଶ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ କରିବା ସକାଶେ ଏବଂ ଜିଲ୍ଲାକୁ କୋଭିଡ୍ ମୁକ୍ତ କରିବା ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅହରହ ପ୍ରୟାସଜାରି ରଖିଛନ୍ତି ।
ଜନ ସାଧାରଣଙ୍କ ହିତଦୃଷ୍ଟିରୁ ହିଁ ପ୍ରଶାସନ ଲକଡାଉନ୍, ସଟ୍ ଡାଉନ୍ ଭଳି କଠୋର ନୀତି ଆପଣେଇବାକୁ ବାଧ୍ୟ ହେଉଛନ୍ତି । ଯଦି ଜନ ସାଧାରଣ ନିଜର ତଥା ସମସ୍ତଙ୍କର ମଙ୍ଗଳ ସକାଶେ କରୋନା ସଂକ୍ରମଣ ରୋକିବା ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡିକୁ ମାନିବା ପାଇଁ ଅନୁରୋଧ କରାଯାଉଛି । ନିଜେ ସଚେତନ ହୁଅନ୍ତୁ ତତ୍ ସହିତ ଅନ୍ୟମାନଙ୍କୁ ସଚେତନ କରାନ୍ତୁ ତେବେ ଯୀଇ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ।
ଜନ ସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ ସେମାନେ ଜରୁରୀ ନ ଥିଲେ ଘରୁ କିମ୍ବା କାର୍ଯ୍ୟ ସ୍ଥଳରୁ ବାହାରକୁ ଯାଆନ୍ତୁ ନାହିଁ । ବାହାର ରନ୍ଧାଖାଦ୍ୟ ଆଣି ଖାଇବା ବନ୍ଦ କରନ୍ତୁ, କାରଣ ଏଥିଯୋଗୁଁ ସାମାଜିକ ଦୂରତ୍ବ ନିୟମ ଉଲଂଘନ ହେଉଛି । ଆପଣ ନିଜେ ଏବଂ ଆପଣଙ୍କ ପରିବାର ବର୍ଗ ଓ ବୟସ୍କଙ୍କ ଜୀବନ ପ୍ରତି ବିପଦ ରହିଛି । କୃଷି କାର୍ଯ୍ୟ, ମାଲବାହୀ ଯାନ ଓ ସ୍ବାସ୍ଥ୍ୟ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଯାନ ବାହନ ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଚଲାଇବା ବାରଣ କରାଯାଇଛି ।

ସମସ୍ତଙ୍କୁ ପ୍ରଶାସନ ତରଫରୁ ଅନୁରୋଧ ସେମାନେ ନିଜ ସ୍ଥାନରେ ଘରେ ରୁହନ୍ତୁ, ନିଜ ଘର ପାଖରେ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଚାଲିଚାଲି ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କିଣନ୍ତୁ । ବରିଷ୍ଠ ନାଗରୀକ ନିଶ୍ଚିତ ରୂପେ ଘରେ ରୁହନ୍ତୁ । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଯେଉଁମାନେ କୋଭିଡ୍ କାର୍ଯ୍ୟରେ ନିଯୋଜିତ ଅଛନ୍ତି ଏବଂ ଯେଉଁ ମାନଙ୍କ ଠାରେ ପାସ୍ ଅଛି ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଦୁଇଚକିଆଯାନ ବ୍ୟବହାର କରନ୍ତୁ ନାହିଁ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ । ବ୍ୟବସାୟୀ ମାନେ ସେମାନଙ୍କ ଦୋକାନ ଖୋଲିବା ସମୟରେ କୋଭିଡ୍ ସତର୍କତା ନିୟମ ପାଳନ କରନ୍ତୁ ନଚେତ୍ ସେମାନଙ୍କୁ ହଜାରେ ଟଙ୍କା ଜୋରିମାନା ଦେବାକୁ ପଡିବ । ଦ୍ବିତୀୟବାର ସଂପୃକ୍ତ ବ୍ୟବସାୟୀ ପୁନର୍ବାର ଭୂଲ କଲେ ଜୋରିମାନା ସହିତ ତାଙ୍କ ଦୋକାନ ଏକମାସ ବନ୍ଦ କରାଯିବ । ଜିଲ୍ଲାର ସମସ୍ତ ବ୍ଳକ୍ ଗସ୍ତ କରି ଗଞ୍ଜାମ ଜିଲ୍ଲାପାଳ ବ୍ଳକ୍ ର କୋଭିଡ୍ ପରିଚାଳନା କାର୍ଯ୍ୟଧାରା ଓ ସତର୍କତା ଦିଗରେ ସ୍ଥାନୀୟ ସରପଞ୍ଚ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା ଓ ପରାମର୍ଶ ଦେଇ ଜିଲ୍ଲାରୁ କୋଭିଡ୍ ମୁକ୍ତ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here