ଛତ୍ରପୁର ଠାରେ ସୁନାବେଶ

0
54

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) ; ଛତ୍ରପୁର ସହର ର ତାଡେ଼ପଲ୍ଲୀ ସାହି ସ୍ଥିତ ବଡ଼ ଜଗନ୍ନାଥ ମନ୍ଦିର ପରିସର ରେ ଆଜି ମହାପ୍ରଭୁ ଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l କୋରନା କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ଚଳିତ ବର୍ଷ ମନ୍ଦିର ଭିତରେ ହିଁ ରଥଯାତ୍ରା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା l ଭକ୍ତ ଙ୍କ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ମନ୍ଦିର କମିଟି ପକ୍ଷରୁ ବାରଣ କରାଯାଇଥିଲା l କିଛି ସେବାୟତ ଙ୍କ ଦ୍ୱାରା ମହାପ୍ରଭୁଙ୍କ ରୀତି ନୀତି ପାଳନ କରାଯାଇଥିଲା l ସେବାୟତ ମାନେ ମୁହଁ ରେ ମାସ୍କ ପିନ୍ଧି ରୀତିନୀତି ପାଳନ କରିଥିଲେ l ଆଜି ମନ୍ଦିର ଭିତରେ ରୀତିନୀତି ପ୍ରକାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ଦେବି ସୁଭଦ୍ରା ଙ୍କୁ ରୀତିନୀତି ପ୍ରକାରେ ପୂଜାର୍ଚନା କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ କରାଯାଇଥିଲା l ବିଭିନ୍ନ ପ୍ରକାର ଅଳଙ୍କାର ରେ ମହାପ୍ରଭୁ ଙ୍କୁ ଆଭୂଷଣ କରାଯାଇ ଚତୁର୍ଧାମୂର୍ତିଙ୍କୁ ସୁ ସଜ୍ଜିତ କରାଯାଇଥିଲା l ଏହି ସୁନାବେଶ କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟି ର ଆଦିକନ୍ଦ ପାଣିଗ୍ରାହୀ,ଭାଗବତ ପ୍ରସାଦ ମହାପାତ୍ର, ଭୁବନେଶ୍ୱର ପାତ୍ର,ପୂଜକ ରାଜେନ୍ଦ୍ର ଶତପଥୀ, ମନୁ ସେନାପତି, କୃଷ୍ଣ ଚନ୍ଦ୍ର ସାହୁ, ଦାଶରଥି ନେପାକ,ସୁଧୀର କାନ୍ତ ରଥ ପ୍ରମୁଖ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here