ପୁଣି ସବ କୁ ମିଳିଲାନି କାନ୍ଧ,କରନା ଭୟରେ ଅଟୋ ରେ ବୁହାହେଲା ସବ,

0
1500

କବିସୁର୍ଯ୍ୟନଗର (ଓବି ନ୍ୟୁଜ) (ଗଣେଷ ଡାକୁଆ) ; ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରେ ଆଜି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁଅର କରନା ପଜେଟିଭି ରିପୋର୍ଟେ ଆସିବା ପରେ ବାପା ଶୁଣି ହୃଦ୍ଘାତରେ ମୃତ୍ୟୁ।ସୁଚନା ମୁତାବକ ଆଜି କବିସୂର୍ଯ୍ୟନଗର ର ଜଣାଶୁଣା ସୁନା ବ୍ୟବସାୟୀ ସୁଧାକର ନାୟକ ଙ୍କ କରୋନା ପଜେଟିଭି ଚିହ୍ନଟ ପରେ ତାଙ୍କ ବାସଭବନ ସମ୍ମୁଖରେ କୋଭିଡ ଭେନ ଲାଗିଥିଲା ସେଥିରେ ସୁଧାକର ଙ୍କୁ ପାରଳାମହାରାଜା କୋଭିଡ ହସ୍ପିଟାଲ କୁ ନିଆଯାଇଥିଲା।ପୁଅକୁ କୁଆଡେ ଆମ୍ବୁଲାନ୍ସ ରେ ନେଉଛନ୍ତି କହି ବାପା ଘର ଲୋକଙ୍କୁ ପ୍ରଶ୍ନ କରିଥିଲେ ଆଉ ଘର ଲୋକ କରୋନା ହୋଇଛି ବୋଲି ଉତ୍ତର ଦେବା ପରେ ବାପା ବିଶ୍ଵନାଥ ନାୟକ ସେଠାରେ ପଡିଯାଇ ମୃତ୍ୟୁ ବରଣ କରିଥିଲେ।କିନ୍ତୁ ପୁଅ ର କରୋନା ପଜେଟିଭି ଚିହ୍ନଟ ଖବର ଶୁଣି କିଏ ବି ଜାତି ଭାଈ ବାପା ର ସବ କୁ ଛୁଇଁଲେ ନାହିଁ କି ପ୍ରଶାସନ ଦେଖାଦେଲା ନାହିଁ, ଯାହା ଫଳରେ ସେମିତି ଏକ ଘଣ୍ଟା ଧରି ସବ ପଡିରହିଲା ସବ ।ପରେ ପୂର୍ବତନ କାଉନସିଲର ରସଲ ଦାସ ଏହି ଦୁଃଖଦ ଖବର ଶୁଣି ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ କବିସୂର୍ଯ୍ୟନଗର କାର୍ଯ୍ୟନିର୍ବାହୀ ଅଧିକାରୀ ଦାଇତ୍ୱ ରେ ଥିବା ଅଶୋକ ପଣ୍ଡା ଙ୍କୁ ଯୋଗାଯୋଗ କରିବା ପରେ ସେ ଏଥିରେ କୌଣସି ପ୍ରକାର ସହଯୋଗ କରିପାରିବି ନାହଁ ବୋଲି କହିଥିଲେ ,ଯାହାଫଳରେ ରସଲ ଦାସ କବିସୂର୍ଯ୍ୟନଗର ର ଗୋଷ୍ଟି ଉନ୍ନୟନ ଅଧିକାରୀ ବାସୁଦେବ ନାୟକଙ୍କ ସହ ଯୋଗାଯୋଗ କରି କିଭଳି ସବ ସତ୍କାର ପାଈଁ କହିବାପରେ ସେ ପିପିଇ କୀଟ ନେଇ କାହାକୁ କୁହନ୍ତୁ ସେହି ସବ ସତ୍କାର କରିବେ ବୋଲି କହିଥିଲେ।ଯାଦ୍ଵାରା କବିସୂର୍ଯ୍ୟନଗର ନଗର nac ର ଅସ୍ଥାୟୀ କର୍ମଚାରୀ ରାଜେନ୍ଦ୍ର ଦଳେଇ ଓ ଜଣେ ଶିଶୁମନ୍ଦିର ଗୁରୁଜୀ ବିପ୍ରଚରଣ ପ୍ରଧାନ ସହାୟତା ର ହାତ ବଢ଼ାଇ ଏକ ଅଟୋ ସାହାଯ୍ୟରେ ସବ ଟିକୁ ସ୍ୱାସ୍ମାନ ଘାଟ ନେଇ ଚାରିଜଣ ଯୁବକଙ୍କୁ ପିପିଇ କୀଟ ପରିଧାନ କରାଇ ସବ ସତ୍କାର କରାଇଥିଲେ । ଏଭଳି ମାନବିକତା ଦେଖାଇଥିବା ଯୁବକ ମାନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ମିଳୁଥିବା ବେଳେ ,କବିସୂର୍ଯ୍ୟନଗର NAC ପ୍ରଶାସନ କୁ ଦୃଢ ନିଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here