ଜମିରେ ଚଷିବାକୁ ଲୋକ ମିଳୁନାହାନ୍ତି :ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ଭରଷା କରିବାକୁ ହେବ

0
132

ହିଞ୍ଜିଳିକାଟୁ(ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର): ଭାରତ ଏକ କୃଷି ପ୍ରଧାନ ଦେଶ ପିଲା ମାନଙ୍କ ବହି ରେ ଲେଖା ଅଛି। ଆଜିର ସାମ୍ପ୍ରତିକପରିସ୍ଥିତି ରେ କୃଷି କ୍ଷେତ୍ରକୁ ଅନୁଭବି କୁଶଳୀ ଚାଷୀ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଉଛି । ଚାଷ କରିବା ପାଇଁ ଜମି ଥିବା ବେଳେ ଚଷିବାକୁ ମଣିଷର ଅଭାବ ପରିଲକ୍ଷିତ ହେଉଛି କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନେ କୃଷି କାର୍ଯ୍ୟପ୍ରତି ବିମୁଖ ହୋଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଫଳ ରେ ଅଞ୍ଚଳରେ ହଜାର ହଜାର ଏକର ଜମି ପଡିଆ ପଡିରହୁଛି ପ୍ରତିବର୍ଷ ରଜ ବେଳକୁ ଅଞ୍ଚଳ ରେ ୪୦ଭାଗ ଜମିରେ ପ୍ରାରମ୍ଭିକ କୃଷିକାର୍ଯ୍ୟ ସଂପୂଣ୍ଣ ହୋଇ ତଳି ପକାଇବା ସରିଯିବାର ହେଲେ ଆଜିର ଦିନରେ କୃଷିକାର୍ଯ୍ୟ ପାଇଁ ଲୋକ ମିଳୁନଥିବା ହେତୁ ଅଞ୍ଚଳ ରେ ୧୦ ଭାଗ ମଧ୍ୟ ପ୍ରାରମ୍ଭିକ କୃଷିକାର୍ଯ୍ୟ ସମ୍ଭବ ହୋଇପାରୁନାହିଁ ଯାହାକି ଆଜିର ଦିନରେ ଏକ ଚିନ୍ତାର ବିଷୟ ।
ଆମ ରାଜ୍ୟ ରେ ଜଳ ସେଚନ ସୁବିଧା ଉପଲବ୍ଧ ଥିଲେ ମଧ୍ୟ ଅନେକ କାରଣ ଯୋଗୁଁ ପାରମ୍ପରିକ କୃଷିକାର୍ଯ୍ୟ ଲାଗି ଲୋକ ମିଳୁନଥିବା ବୃଦ୍ଧିଜିବୀ ମାନେ ଆଲୋଚନା କରନ୍ତି ଯେ ସରକାରଙ୍କ ଟଙ୍କିକିଆ ଚାଉଳ – ଗହମ, ନିଜସ୍ଵ ଜମିକୁ ପ୍ଲଟ ବ୍ୟବସାୟ ନିୟଜିତ କରିବା ଅଧିକ ଟଙ୍କା ରୋଜଗାର କରିବା ଅନ୍ୟପଟ ରେ ଅଣକୃଷି କାର୍ଯ୍ୟରେ ଦୁଇଗୁଣ ମଜୁରୀ କୃଷି କାର୍ଯ୍ୟକୁ ଏକପ୍ରକାର ଅଚଳ କରିଦେଇଛି । ପରିସ୍ଥିତି ଏବେ ଏପରି ହୋଇଛି ଯେ ଭାଗଚାଷ କରିବା ପାଇଁ ଲୋକ ମିଳୁନାହାନ୍ତି। ଆଜିର ଦିନରେ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଯନ୍ତ୍ରପାତିର ଅଧିକ ବ୍ୟବହାର ଯୋଗୁଁ ବିଲ୍ ରେ ପାରମ୍ପରିକ ହଳ, ଲଙ୍ଗଳ ରେ ଚାଷ ବନ୍ଦ ହୋଇଯାଇଛି ବର୍ତ୍ତମାନ ବିଲ୍ ରେ ଟ୍ରାକ୍ଟର ଓ ପାୱାର ଟିଲର ଭଳି ଅତ୍ୟାଧୁନିକ ମେସିନ ଦ୍ବାରା ଅଳପ ସଂଖ୍ୟାର ଜମି ରେ ଚାଷ ହୋଇ ଧାନ ଫସଲ ଅମଳ ହୋଉଛି ବାର୍ଷିକ ଧାନ ଉତ୍ପାଦନ ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି ଚାଷୀ ହସିଲେ ଗାଁ ହସିବ, ଗାଁର ଉନ୍ନତି ହେଲେ ରାଜ୍ୟ ବିକାଶ ଘଟିବ କିନ୍ତୁ ମାନବ ସମ୍ବଳ ଘୋର ଅଭାବ ଏବେ ସମସ୍ୟାର କାରଣ।ଦେଖା ଯାଉ ପୁଣି କେବେ ଜମି ମୁହାଁ ହୋଉଛି ଏହିସଭ୍ୟ ମଣିଷ ନହେଲେ ଆଗକୁ କିଛି ବର୍ଷ ପରେ ଖାଇବା ପାଇଁ ଚାଉଳ ମଧ୍ୟ ଆମେ ଅନ୍ୟ ରାଜ୍ୟ ଉପରେ ଭରଷା କରିବାକୁ ପଡ଼ିବ। ସରକାରଙ୍କ ବିଭିନ୍ନ ଯୋଜନା ଅଞ୍ଚଳରେ ଲୋକ ମାନଙ୍କୁ କୃଷି କାର୍ଯ୍ୟରୁ ଦୂରାଇଲା ଭଳି ମନେ ହୋଉଛି।

LEAVE A REPLY

Please enter your comment!
Please enter your name here