ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆଜି ଗଂଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏ ନେଇ ଦାୟିତ୍ୱ ଗ୍ରହଣ କଲାପରେ ସେ କହିଛନ୍ତି ଯେ ସର୍ବପ୍ରଥମେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଏହାସହ ଗଂଜାମ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଗଂଜାମ ଜିଲ୍ଲାର ବିକାଶ ନିମନ୍ତେ ଉଦ୍ୟମ ଜାରି ରଖିବି । ଜିଲ୍ଲା ପାଇଁ ସ୍ୱତନ୍ତ୍ର ସ୍କିମ ମାଧ୍ୟମରେ ଅନୁଦାନ ଆଣିବା ପାଇଁ ଚେଷ୍ଟା କରିବି । ଗାଁ ଗହଳି ଓ ଏନଏସିର ଜନସାଧାରଣଙ୍କ କିପରି ବିକାଶ ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ମୂଳମନ୍ତ୍ର ୫ଟି ମାଧ୍ୟମରେ ଗଂଜାମ ଜିଲ୍ଲାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବ । ଆଉ ସମସ୍ତ ବିକାଶ ବିଧାୟକ ଓ ଯୋଜନା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ଜିଲ୍ଲାର କିପରି ଉନ୍ନତି ହେବ ସେଥିପ୍ରତ ଧ୍ୟାନ ଦିଆଯିବ ।
ସେହିପରି ଛତ୍ରପୁର ନିକଟସ୍ଥ କଂସାରୀଗଣ୍ଡ ଉପରେ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରି ଏହା କିପରି ହୋଇପାରିବ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ପ୍ରାରମ୍ଭରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କୁ ପାଛୋଟି ଆଣି ନିଜ ଆସନରେ ବସାଇଥିଲେ । ଏହାସହ ତାଙ୍କୁ ମିଷ୍ଟାନ୍ନ ଖୁଆଇଥିଲେ । ଏହାପରେ ଛତ୍ରପୁର ବିଧାୟକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ ଓ ଗଂଜାମ ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀମାନେ ଉପସ୍ଥିତ ରହି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଯୁବ ବିଜେଡିର ସଭାପତି ଏନ.ଧନଂଜୟ ରାଓ, ଗଂଜାମ ଜିଲ୍ଲା ଛାତ୍ର ବିଜେଡିର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ନେତା ଉମା ରେଡ୍ଡି, କିଶୋର ଚନ୍ଦ୍ର ସେନାପତି, ଜି.ପାପା ରାଓ, ପ୍ରଦୋଷ କୁମାର ବେହେରା, ରାଜେଶ କୁମାର ସାହୁ, କେ.ନାଗେଶ୍ୱର ରାଓ, ଟି.ନାରାୟଣ ରାଓ, ପୋଡ଼ାପଦର ସରପଂଚ ପୀତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡି, ସମିତିସଭ୍ୟ ଜୟଦେବ ଲେଙ୍କା, ପ୍ରବାସୀ ପ୍ରଧାନ, ସୁଧିର ପାଢ଼ୀ, ବି.ରାଜୁ ବାବୁଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଦାୟିତ୍ୱ ଗ୍ରହଣ କଲାପରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।