ଶେରଗଡ ବ୍ଲକ ରେ କରୋନା ସ୍ଥିତି ଗମ୍ଭୀର

0
110

ଶେରଗଡ଼(ଓବି ନ୍ୟୁଜ)(ହୃଷିକେଶ ମହାନ୍ତି): ଶେରଗଡ ବ୍ଲକ ରେ କରୋନା ପରିସ୍ଥିତି ଗମ୍ଭୀର ହୋଇ ପଡିଛି। ଏହା ଏଠାରେ ଗଣସଂକ୍ରମଣ ଆଡକୁ ଗତି କରିବାରେ ଲାଗିଛି, ତଥାପି ଏହି ଅଂଚଳରେ ପ୍ରଶାସନ ପକ୍ଷରୁ କିମ୍ବା ପଂଚାୟତ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଫଳରେ ଶେରଗଡ ଅଂଚଳରେ ଆକ୍ରାନ୍ତ କଂ ସଂଖ୍ୟା ୧୦୭ରେପହଂଚି ଗଲାଣି । ବର୍ତ୍ତମାନ ସଂକ୍ରମିତ ସଂଖ୍ୟା ହେଲା ଅଲାରୀଗଡ ଗ୍ରାମର ଜଣେ ଅଂଗନବାଡିକର୍ମୀ ବାଦଗଡ ଗ୍ରାମ ର ଜଣେ ଆଶା କର୍ମୀ ଓ କରଡାକଣାର ଜଣେସରକାରୀ କର୍ମଚାରୀ ଅଛନ୍ତି।ଏମାନଙ୍କୁ ଗତକାଲି କୋଭିଡ୍ ହସପିଟାଲ ପଠାଯାଇଛି। ଏତଦ୍ ବ୍ୟତିତ କୁରୁଳାରୁଆଠଜଣ, ପଦ୍ମପୁର ରୁଚାରିଜଣ,ଧନନ୍ତରରୁଜଣେ,ପିତ୍ତଳ ରୁଦୁଇଜଣ, ନୂଆଁପଲ୍ଲିରୁ ଜଣେ ଓ ଠୁରୁବୁରାଇରୁ ଦୁଇଜଣ ଏଭଳି ମୋଟ କୋଭିଡ୍ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଶେରଗଡ ସିଏଚସି ର ଜଣେ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ମହୁପଦର ପଂଚାୟତ ପଦ୍ମପୁର ଗ୍ରାମ ହଟସ୍ପଟ୍ ପାଲଟିଛି, ଗୋଟିଏ ପରିବାରର ଚାରିଜଣ କରୋନା ଆକ୍ରାନ୍ତ ହେବା ସହ ଜଣକଂର ମୃତ୍ୟୁ ଘଟିଛି । ପରେ ଏହି ଗାଁ ଆହୁରି ଚାରିଜଣ ଚହ୍ନଟ ହୋଇଛନ୍ତି । ଏହି ଗ୍ରାମ ରୁ ଆଠଜଣ ପଜିଟିଭ୍ ଚିହ୍ନଟ ହୋଇ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହେଉଛି । ତୁରନ୍ତ ଶେରଗଡ ବ୍ଲକ ରେ କଂଟ୍ରାକ୍ଟ ଟ୍ରେସିଗଂ ଓ ସ୍ୱାବ ସଂଗ୍ରହ କରି ପରିକ୍ଷା କରି ଚିକିତ୍ସା ବ୍ୟାପକ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here