ଲାଂଚ ନେଇ ଏମକେସିଜି ମେଡିକାଲ କଲେଜ କିରାଣି ଗିରଫ

0
79

ବ୍ରହ୍ମପୁର(ଓବି ନ୍ୟୁଜ): ଏମକେସିଜି ମେଡିକାଲ କଲେଜର ଅବସରପ୍ରାପ୍ତ ଡାକ୍ତରଙ୍କ ସିପିଏଫ ଫାଇଲ ପ୍ରୋସେସିଂ କରିବାକୁ ୫ ହଜାର ଟଙ୍କା ଲାଂଚ ମାଗି ଧରାପଡ଼ିଛନ୍ତି ଏମକେସିଜି ମେଡିକାଲ କଲେଜର କିରାଣୀ ନୀଳକଣ୍ଠ ସାହୁ । ଅବସରପ୍ରାପ୍ତ ପ୍ରଫେସର ଡା.ରସାନନ୍ଦ ମଙ୍ଗୁଆଳଙ୍କଠାରୁ ଲଂଚ ଟଙ୍କା ଗ୍ରହଣ କରୁଥିବାବେଳେ କିରାଣୀ ନୀଳକଣ୍ଠ ସାହୁଙ୍କ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ।

ପ୍ରଫେସର ଡାକ୍ତର ମଙ୍ଗୁଆଳ ୨୦୧୯ ମାର୍ଚ ୩୧ରେ ଏମକେସିଜି ମେଡିକାଲ କଲେଜରୁ ଚାକିରିରୁ ଅବସର ନେଇଥିଲେ । ଜିପିଏଫ ଓ ପେନସନ ପାଇଁ ମେଡିକାଲ କଲେଜରେ ସେ ଆବେଦନ କରିଥିଲେ । ଜିପିଏଫ ବାବଦ ଫାଇଲ ପ୍ରୋସେସିଂ କରିବାକୁ କିରାଣୀ ନୀଳକଣ୍ଠ ସାହୁ ମାଗିଥିଲେ ୫ ହଜାର ଟଙ୍କା ଲାଂଚ । ଡା.ମଙ୍ଗୁଆଳ ଏ ସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ଯୋଜନା ମୁତାବକ ଡା.ମଙ୍ଗୁଆଳ ଭିଜିଲାନ୍ସରୁ କେମିକାଲ ବୋଳା ଟଙ୍କା ନେଇ ଏମକେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାକୁ ଯାଇଥିଲେ । ସେଠାରେ ସେ କିରାଣୀଙ୍କୁ ସାକ୍ଷାତ କରି ଜିପିଏଫ ଫାଇଲ ସମ୍ପର୍କରେ ଆଲୋଚନା କରିଥିଲେ । କିରାଣୀ ସାହୁ ଲାଂଚ ଟଙ୍କା ବାବଦରେ ପଚାରିବାରୁ ସେ ଆଣିଥିବା କହିଥିଲେ ଏବଂ କିରାଣୀଙ୍କ କହିବା ପରେ ୫ ହଜାର ଟଙ୍କା ତାଙ୍କୁ ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ ସେଠାରେ ପହଂଚି କିରାଣୀଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁଙ୍କଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here