ଏଡ଼ମିଶନ ଫିକୁ ନେଇ ଅଶାନ୍ତି

0
205

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକ ଓଡ଼ିଆ ବିଭାଗ ଛାତ୍ରାଛାତ୍ରି ମାନଙ୍କୁ ମଧ୍ୟରେ ଆଡ଼ମିସନ ଫିଜକୁ ନେଇ ଅଶାନ୍ତି ଦେଖାଦେଇଛି । ସମସ୍ୟାର ସମାଧାନ ପାଈଁ ଛାତ୍ରାଛାତ୍ରି ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ , ଯେଉଁ ପିଲାମାନେ ସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ସ୍ନାତକ ଓଡ଼ିଆ ବିଭାଗରେ ଆଡ଼ମିସନ କରୁଛନ୍ତି ,କେବଳ ହଷ୍ଟେଲ ପିଲାଙ୍କ ଫିଜ୍ ବ୍ୟତିତ ସେମାନଙ୍କ ଠାରୁ ଆଉ କୋଣସି ଫିଜ୍ ନିଆଯିବ ନାହିଁ ଏବଂ ଏ ସମ୍ପର୍କରେ ସମସ୍ତ ସରକାରି ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଏହି ବିଜ୍ଞପ୍ତି ତଥା ଆଦେଶନାମା ଗତ ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଲାଗୁ ହେବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ହେଲେ ମଧ୍ୟ ଉଚ ଶିକ୍ଷା ବିଭାଗର ପ୍ରକାଶିତ ସରକାରୀ ବିଜ୍ଞପ୍ତି ପ୍ରତି , ସମ୍ପୃକ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଭାବେ ଅବଜ୍ଞା ଓ ଅବମାନନା କରି ଛାତ୍ରଛାତ୍ରୀଙ୍କ ଠାରୁ ଚଳିତ ଥର ପୁନଃ ଆଡ଼ମିସନ ଫିଜ୍ ବାବଦରେ ଜଣପିଛା ୩୫୩୯ ଟଙ୍କା ନିଆଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗରେ ଜଣାଇଛନ୍ତି ।
ଅନ୍ୟପକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ଦୁଇଥର ଲିଖିତ ଅଭିଯୋଗ ପତ୍ରରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କୋଣସି ପଦକ୍ଷେପ ଗ୍ରହଣ କରାନଯାଇ ବର୍ତ୍ତମାନ ପୁଣି ଛାତ୍ରାଛାତ୍ରି ମାନଙ୍କୁ ରି-ଆଡ଼ମିସନ ପାଈଁ ନୋଟିସ କରାଯାଇଛି ।
ଆହୁରି ମଧ୍ୟ ଛାତ୍ରାଛାତ୍ରି ମାନେ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ,ସରକାରଙ୍କ ବିଜ୍ଞପ୍ତି ପ୍ରକାରେ ଆମେ , ଆମର ଆଡ଼ମିସନ ପାଉଣା ଛାଡ଼ ନିମନ୍ତେ ଉଚଷିକ୍ଷା ବିଭାଗର ପ୍ରଦତ୍ତ ଚିଠି ସହ ଏକ ଦରଖାସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ସାକ୍ଷାତ ଆଲୋଚନା କରି ଗତ ୫/୮/୨୦୧୯ ରେ ନିବେଦନ ଦରଖାସ୍ତ ଦେଇଥିଲୁ , ହେଲେ ଏ ଦିଗରେ କୋଣସି ଉତ୍ତର ନ ମିଳିବା ପରେ , ଆମେ ପୁଣି ଗତ ୧୦/୮/୧୯ ରେ ମିଶିଥିଲୁ । ହେଲେ ଏ ସମ୍ପର୍କରେ ଆମକୁ କୁହାଯାଇଥିଲା ଯେ , ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଠାରୁ ଯେଉଁ ବିଜ୍ଞପ୍ତି ବାହାରିଛି ବା ଆସିଛି , ତାହା ସମ୍ପୁର୍ଣ୍ଣ ଭାବେ ମିଥ୍ୟା ,ଫେକ୍ ଓ ନକଲି ବୋଲି କହିଥିଲେ ।
ଛାତ୍ରାଛାତ୍ରି କହିଛନ୍ତି ଯେ , ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କ ଦସ୍ତଖତ ଥାଇ ପ୍ରକାଶିତ ବିଜ୍ଞପ୍ତି ଯଦି ମିଥ୍ୟା , ଫେକ୍ ଓ ନକଲି , ତେବେ ଏ ସମ୍ପର୍କରେ ଆବଶ୍ୟକ ସତ୍ୟାସତ୍ୟ ତଦନ୍ତ ହେବା ଜରୁରୀ ବୋଲି ଛାତ୍ରାଛାତ୍ରି ମାନେ ଅଡି-ବସିଛନ୍ତି ।
ଏହି ଅବସରରେ ସ୍ନାତକ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ରାସ୍ତା ରେ ବିଭିନ୍ନ ସ୍ଲୋଗାନ ସବୁ ଦେଇ ଜିଲ୍ଲାପାଳଙ୍କ କାର‌୍ୟ୍ୟଲୟ ଠାରେ ପହଂଚି ବିକ୍ଷୋଭ କରିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here