ଥାନାରେ ଆତ୍ମହତ୍ୟା ଉଦ୍ୟମ

0
132

ବ୍ରହ୍ମପୁର (ଓବି ନ୍ୟୁଜ): ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପାଟପୁର ଥାନାରେ ଅଘଟଣ । ଏକ ହତ୍ୟା ମାମଲାରେ ଫେରାର ଥିବା ପୋଡ଼ାମାରୀର ଶିବ ପାତ୍ର ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଥାନାକୁ ଆଣିଥିଲା । ଜେରା ପରେ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶିବ ପରିସ୍ରାଗାରକୁ ଯାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୁଲିସ ତାକୁ ଉଦ୍ଧାର କରି ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବଡ଼ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ କାରଣ ଖୋଜୁଛି ପୁଲିସ ।

LEAVE A REPLY

Please enter your comment!
Please enter your name here