ମୃତକଙ୍କ ପରିବାରକୁ ସହାୟତା ଦେଲେ ବିଧାୟିକା

0
35

ବେଗୁନିଆପଡା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ; ଆଜି ମଧ୍ୟାହ୍ନରେ କୋଦଳା ତହସିଲ କାର୍ଯ୍ୟାଳୟ ପରିସରରେ ସାପକାମୁଡା ଓ ପାଣିରେ ବୁଡି ମରିଥିବା ୩ ଜଣ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉକ୍ତ ପରିବାରଙ୍କୁ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଉପସ୍ତିତିରେ ଚାରି ଲକ୍ଷ ଲେଖାଏଁ ଚେକ ପ୍ରଦାନ କରି ଏହି ଅର୍ଥର ଯେପରି ସୁବିନିଯୋଗ ହୋଇପାରିବ ସେଥିପ୍ରତି ପରିବାରକୁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟ କୋଦଳାର ରୁବି ମୁନି (୧୦), ଶାଙ୍କୁଡ଼ା ପଞ୍ଚାୟତ ଚଣ୍ଡପଲ୍ଲୀ ଗ୍ରାମର କାଳୁ ମହାନ୍ତି (୫୨) ସାପକାମୁଡାରେ ପ୍ରାଣ ହରାଇ ଥିବା ବେଳେ ବେରୁଆଁବାଡ଼ି ପଞ୍ଚାୟତ ସାତନଳ ଗ୍ରାମର କୃଷ୍ଣ ସାମଲ (୪୮) ପାଣିରେ ବୁଡି ପ୍ରାଣ ହରାଇଥିଲେ । ଏମାନଙ୍କ ପରିବାର ପକ୍ଷରୁ ଯଥାକ୍ରମେ ବାବୁଲା ମୁନି, ବିଶାଖା ମହାନ୍ତି ଓ ବୁନୁ ସାମଲ ସହାୟତା ରାଶି ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here