ଗୁମ୍ମା ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

0
94

ଗଜପତି (ଓବି ନ୍ୟୁଜ)(ଗଣେଷ କୁମାର ରାଜୁ) :- ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା- ପ୍ରଶାସନ ଓ ପୋଲିସ ପକ୍ଷରୁ ଯୁଗ୍ମ-ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଧା ଦେବ ସିଂହ ଏବଂ ଅତିରିକ୍ତ ଏସପି ସୁଶାନ୍ତ କୁମାର ଦାସ ଏହି ଅଭିଯୋଗ ଶୁଣାଣି କରିଥିଲେ । ଏହି ଶୁଣାଣି କାର୍ଯ୍ୟକ୍ରମ ରେ ସମୁଦାୟ ଭାବେ ୯୧ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୬୨ ଟି ଥିବାବେଳେ ୨୯ ଟି ସାମୁହିକ ତଥା ଗୋଷ୍ଠିଗତ ଅଭିଯୋଗ ଥିଲା । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକରେ ଘର ଦେବା ଓ ଏସଇସି ଡାଟା ଲୋକଙ୍କୁ ନ ଦେଖାଇ ଅନିୟମିତତା କରୁଥିବା ବହୁ ମହିଳା ଅଭିଯୋଗ କରିଥିଲେ । ଏହା ସମସ୍ତ ପଂଚାୟତରେ କାନ୍ଥରେ ଲେଖା ଯାଉଥିଲେ ମଧ୍ୟ ଗୁମ୍ମା ରେ ତାହା ବ୍ୟତିକ୍ରମ ହେଉଥିବା ଏବଂ ଧନୀକ ଶ୍ରେଣୀର ନାମ ଉଲ୍ଲେଖ ରହିଥିବା ଅଭିଯୋଗ କରିଥିଲେ ଅନ୍ୟ ପକ୍ଷରେ ଟିତିଲି ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଘର ବର୍ତ୍ତମାନ ସୁଦ୍ଧା ମିଳିନଥିବା , ରାସ୍ତା , ପାନୀୟ-ଜଳ , ବିଦ୍ୟୁତ ପ୍ରଭୃତି ଅବହେଳିତ ମଧ୍ୟରେ ଗତି କରୁଥିବା ଆସିଥିବା ଲୋକମାନେ ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଚିକିତ୍ସା ସହାୟତା ସକାଶେ ଗୁମ୍ମା ର ଅବଲା ପାଣିଙ୍କୁ ୫ ହଜାର ଟଙ୍କା , କେସି:ପୁର ର ଅଜିତ ଲିମ୍ମା କୁ ୫ ହଜାର ଟଙ୍କା ,ଆଶ୍ରୟଗଡ଼ ର ଜନ ମାଛଙ୍କୁ୨ ହଜାର ଟଙ୍କା , କେସି:ପୁର ର ସବଲୋନ ମିଶାଲଙ୍କୁ ୧୦ ହଜାର ଟଙ୍କା ,ତାମରଡା ଗ୍ରାମର ଜୟ୍ୟା ଲିମ୍ମାଙ୍କୁ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡାଃ ଗୁନୁରାଣୀ ପଟନାୟକ , ଗୁମ୍ମା ତହସିଲଦାର ତଥା ବିଡ଼ିଓ ନଟବର ଗରଡ , ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ,ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ ଲିମ୍ମା , ପ୍ରମୁଖ ମଂଚସିନ ଥିଲେ । ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଓ ବିଭିନ୍ନ ପଂଚାୟତର ବହୁ ଲୋକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here