ବର୍ଷାରେ ଧୋଇଗଲା ଅସ୍ତାୟୀ ରାସ୍ତା ; ଆନ୍ଦୋଳନ ପାଇଁ ସଜବାଜ

0
62

ବେଲଗୁଣ୍ଠା (ଓବି ନ୍ୟୁଜ)(ପ୍ରଭାତ ସାହୁୁ) :-ବେଲଗୁଣ୍ଠା ନିକଟସ୍ଥ ଚଢିଆପଲୀ ବୋଡା ନଦୀରେ ସେତୁ ନିର୍ମାଣ ପାଇଁ ହୋଇଥିବା ଡାଇଭର୍ସନ ରାସ୍ତା ଚଳିତ ବର୍ଷା ଋତୁର ବନ୍ୟା ଜଳରେ ଭାସିଯାଇଥିଲା । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲୋକଙ୍କ ଏହି ପରିସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ ସାହାଯ୍ୟ ର ହାତ ବଢ଼ାଇ ଥିଲେ ସ୍ଥାନୀୟ ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ । ସେ ନିଜସ୍ୱ ସମ୍ବଳରୁ ସିମେଣ୍ଟ ଖୁଣ୍ଟ ପକାଇ ନଦୀ ପାର ହେବା ପାଇଁ ଏକ ପାଦଚଲା ରାସ୍ତା ନିର୍ମାଣ କରିଥିଲେ । ଆଜି ବୋଡା ନଦୀରେ ପୁଣି ଜଳସ୍ତର ବୃଦ୍ଧି ପାଇବାରୁ ସରପଞ୍ଚଙ୍କ ଦ୍ୱାରା ନିର୍ମିତ ପାଦଚଲା ରାସ୍ତାଟି ମଧ୍ୟ ଭାସିଯାଇଥିଲା । ଏହାପରେ ଉଭୟ ପଟେ ଲୋକେ ଜମା ହୋଇଥିଲେ । କିଛି ଦିନ ତଳେ ଡାଇଭର୍ସନ ଭାସିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ଦେଖା ନ ମିଳିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ନଦୀ ଉପରେ ସେତୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ଉଭୟ ପଟେ ଦିଆଯାଇଥିବା ପଥର କାନ୍ଥକୁ ଭାଙ୍ଗି ଦେବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ୨୪ଘଣ୍ଟା ମଧ୍ୟରେ ଅସ୍ଥାୟୀ ଡାଇଭର୍ସନ ରାସ୍ତା ନିର୍ମାଣ ନ କଲେ ବେଲଗୁଣ୍ଠା-ଭୁବନେଶ୍ୱର ରାସ୍ତା ଅବରୋଧ କରି ଧାରଣା ଦିଆଯିବ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here