ଗଞ୍ଜାମ (ଓବି ନ୍ୟୁଜ) (ଉମକାନ୍ତ ବେହେରା) ; ଗଞ୍ଜାମ ସହର ରେ ରହିଥିବା ଅଦିତ୍ୟ ବିର୍ଲା କମ୍ପାନୀ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ସ୍ବାସ୍ତ୍ୟସେବା କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି । ଡାକ୍ତର ଗୋବର୍ଦ୍ଧନ ଲାଲ ପରାସର ଙ୍କ ତତ୍ୱାବଧାନରେ ଡାକ୍ତର ହେମନ୍ତ କୁମାର ପରାସର,ଡାକ୍ତର ଗୌରବ ପରାସର,ଡାକ୍ତର ମୁକେଶ ଶାନ୍ତି ଲାଲ ଛତ୍ରଲା ପ୍ରମୁଖ ଯୋଗ ଦେଇ ଅଣ୍ଟା,କାନ୍ଧ,ଆଣ୍ଠୁ,ପାଦ ର ଗଣ୍ଠି ଦରଜ ଚିକିତ୍ସା କରାଯାଇଥିଲା । ସ୍ଥାନୀୟ ଅଂଚଳ ର୨୧୯ ରୋଗୀ ଙ୍କ ଜଇଣ୍ଟ ପେଇନ ଚିକିତ୍ସା କରାଯିବା ତାକୁ ଦୂର କରିବା ନିମନ୍ତେ ବ୍ୟାୟାମ ର କୌଶଳ ପରାମର୍ଶ ଦିଆଯାଇଥିଲା । ପ୍ରାରମ୍ଭରେ କମ୍ପାନୀ ୟୁନିଟ ହେଡ ଶଶାଙ୍କ ଶେଖର ପାରିଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଏଚଆର ହେଡ କେଜି ଗେନେରିବାଲ,ଲୋକ ସମ୍ପର୍କ ଅଧୋକାରୀ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ବିଜୁ କୁମାର ବର୍ମା,ପ୍ରଶାନ୍ତ କୁମାର ଦାଶ,ସୁଶାନ୍ତ କୁମାର ଦାଶ,ରାକେଶ ପ୍ରସାଦ,ପୁରୁଷୋତ୍ତମ ଶର୍ମା,ସୁଚୀ ସ୍ମିତା ପଟନାୟକ, ପବନ କୁମାର ରାକେଶ,ଶୁକାନ୍ତ କୁମାର ମହାରଣା, ପ୍ରମୁଖ ଗ୍ରାସୀମ କମ୍ପାନୀ କର୍ମକର୍ତା ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।