କାନ୍ଥ ପଡ଼ି ଝିଅ ମୃତ ; ବର୍ତ୍ତିଗଲେ ବାପା ଓ ମାଆ

0
23

ତୁମୁଡିବନ୍ଧ (ଓବି ନ୍ୟୁଜ)(ସୁନୀଲ ବିଶ୍ୱାଳ) ; କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଡା ରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଫଳରେ କେନ୍ଦୁପଡା ଗ୍ରାମର ମହମ୍ମଦ ମାଝୀ ଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତିରେ ଘରର କାନ୍ଥ ପଡିଯାଇଥିଲା । ଫଳରେ ମହମ୍ମଦ ଙ୍କ ସାନ ଝିଅ ପିଙ୍କି ମାଝୀ(୮) ଉପରେ କାନ୍ଥ ଟି ପଡିଯିବା ଯୋଗୁଁ ମୃତ୍ୟୁ ହୋଇଥିଲା । ଉକ୍ତ ଘରେ ମୃତ ପିଙ୍କି ସହ ବଡ଼ ଭଉଣୀ ରିଙ୍କି ମାଝୀ ଓ ତାଙ୍କ ବାପା ମାଆ ମଧ୍ୟ ଘର ଭିତରେ ସୋଇଥିଲେ । କିନ୍ତୁ କାନ୍ଥ ପଡିବା ଫଳରେ ଅନ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲଙ୍କାଗଡ଼ ପଞ୍ଚାୟତ ଜଳବନ୍ଦୀ ହୋଇ ରହିଥିବାରୁ ପିଙ୍କି ର ମୃତ ଦେହକୁ ପୋଡିବା ପାଇଁ ବାଧ୍ୟ ହୋଇଥିଲେ ପରିବାର ଲୋକେ।

LEAVE A REPLY

Please enter your comment!
Please enter your name here