କୋଟପାଡ଼ (ଓବି ନ୍ୟୁଜ)(ଦୟାନିଧୀ ପଟ୍ଟନାୟକ) ; କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଦୁଇଟି ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଛି । ଇନ୍ଦ୍ରାବତୀ ନଦୀ କୂଳରେ ବସବାସ କରୁଥିବା ସତରଙ୍ଗା ପଞ୍ଚାୟତବାସୀ ଓ କୋଲାବ ନଦୀ କୂଳରେ ବସବାସ କରୁଥିବା ଛତର୍ଲା ପଞ୍ଚାୟତବାସୀ ନଦୀରେ ଡ଼ଙ୍ଗା ଚଳାଚଳ ଲାଗି ସରକାରଙ୍କ ନିକଟରେ ଦୀର୍ଘ ଦିନ ଧରି ଦାବୀ କରି ଆସୁଥିଲେ । ଦୀର୍ଘ ଦିନ ଧରି ଦେଶୀ ଦଦରା ଡ଼ଙ୍ଗା ରେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିଲେ । ତାକୁ ଦୃଷ୍ଟିରେ ରଖି କୋଟପାଡ଼ ବିଧାୟିକା ତଥା ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ରାଜ୍ୟ ସରକାରଙ୍କୁ ଅନୁରୋଧ କରି ଦୁଇଟି ମୋଟର ବୋଟ ମଞ୍ଜୁର କରିଥିଲେ । ଏହି ଦୁଇଟି ପଞ୍ଚାୟତର ମୋଟର ଚାଳିତ ବୋଟକୁ ମନ୍ତ୍ରୀ ସୁଭାରମ୍ବ କରିଥିଲେ । ଦେଶୀ ଡଙ୍ଗା ସାହାର୍ଯ୍ୟରେ ବିପଦସଙ୍କୁଳ ଅନସ୍ଥାରେ ଏଣିକି ନଦୀକୂଳିଆ ଗ୍ରାମବାସୀଙ୍କ ଯାତାୟତ କରିବାକୁ ପଡିବ ନାହିଁ । ସତରଙ୍ଗା ପଞ୍ଚାୟତବାସୀ ଉପକୃତ ହେବା ସହ ଛତର୍ଲା ପଞ୍ଚାୟତର କୋଶିଗୁଡା, ବାକଟିଗୁଡାର ଲୋକେ ଉପକୃତ ହେବେ । ସେହିପରି କୁନ୍ଦ୍ରା ପଞ୍ଚାୟତରେ ମନ୍ତ୍ରୀ ଆଦିବାସୀଙ୍କୁ ପଲିଥିନ ବଣ୍ଟନ କରିଥିଲେ ।