ଓବିନ୍ୟୁଜର ପ୍ରଭାବରୁ ଯାତ୍ରୀ ବିଶ୍ରାମଗାର ସଫେଇ ହେଲା

0
77

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) ; ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଲୋୟରବସଷ୍ଟାଣ୍ଡ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ଯାତ୍ରୀଙ୍କ ବଦଳରେ ଗାଇଗୋରୁଙ୍କ ଗୁହାଳ ପାଲଟି ଥିବା ନେଇ ଗତ ୧୨ତାରିଖ ଓବିନ୍ୟୁଜରେ ପ୍ରକାଶ ପାଇଥିଲ।। ଏହାର ପ୍ରଭାବରେ ଆଜି ଛତ୍ରପୁର ଏନଏସି ପକ୍ଷରୁ ଉକ୍ତ ଯାତ୍ରୀବିଶ୍ରାମଗାର ପରିସର ସହିତ ଚତୁଃପାଶ୍ୱର୍ ସଫେଇ କରାଯାଇ ବ୍ଲିଚିଂ ଚିଞ୍ଚଣ କରାଯାଇଛି । ଯାହାଫଳରେ ଆଜି ମଧ୍ୟାହ୍ନ କିଛି ଯାତ୍ରୀ ମାନେ ଏହି ବିଶ୍ରାମଗାରରେ ଭିତରକୁ ପ୍ରବେଶ କରି ବସିଥିବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଯେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏହି ଯାତ୍ରୀ ବିଶ୍ରାମଗାରରେ ଗାଇ , କୁକୁର ଏବଂ ମଇଁଷିମାନଙ୍କ ଶୈାଚ କରିବା ସ୍ଥାନ ପାଲଟିଥିଲା । ଯାହାଫଳରେ ବିଶ୍ରାମଗାର ପରିସର ଅପରିଷ୍କାର ହୋଇ ବିଭିନ୍ନ ପ୍ରକାର ସହିତ ମଇଳା ପଡିବା ସହିତ କିଛି ମଦୁଆ ରାତ୍ରୀରେ ପାଉଚ୍ ମଦ ପାନ କରି ପାକଇଥିବାର ନିଉଜରେ ପ୍ରକାଶ ପାଇଥିଲ।। । ତେବେ ଏନଏସି ପକ୍ଷରୁ ବିଶ୍ରାମଗାର ସଫେଇ କରାଯାଇଥିଲା ସତ ମାତ୍ର ବିଶ୍ରାମଗାରରେ କାନ୍ଥ ଝରକାରେ କେବେ ଗ୍ରୀଲ ଲାଗିବ ବୋଲି ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here