ରାୟଗଡା (ଓବି ନ୍ୟୁଜ୍) ; ରାୟଗଡା ଜିଲ୍ଲାର କାଶୀପୁର ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ସହ ଏସପି ଶ୍ରବଣା ବିବେକ କୁମାର,ପ୍ରକଳ୍ପ ନିର୍ଦ୍ଦେଶକ ଅମିତ୍ ରୁତୁ,ଲକ୍ଷ୍ମୀ ନାରାୟଣ ପୃଷ୍ଠି,ସୁଧାକର ଶବର,ଆଇଆଇସି କାଶୀପୁର ଶ୍ରୀ ଦୁର୍ଗାମାଧବ ପ୍ରଧାନ,ବିଡିଓ ବେଦବର ପ୍ରଧାନ,ଏବିଡିଓ ବଳରାମ ପାତ୍ରସମେତ କାଶୀପୁର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ ଶିବିରକୁ ସୁରୁଖୁରରେ ଚଳାଇଥିଲେ । କାଶୀପୁର ଠାରେ ଆଦର୍ଶ ବିଦ୍ୟାଳୟ ଅଧାପନ୍ତରିଆ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀରେ ମୋଟ ୨୪୭ଜଣଙ୍କର ଅଭିଯୋଗ ଶୁଣାଣି ହୋଇଥିଲା ।