ଓଡ଼ିଶା ନାଭାଲ-ଟାଟା ହକି ଏକାଡେମୀ ଉଦଘାଟିତ

0
66

ଭୁବନଶ୍ୱର(ଓବି ନ୍ୟୁଜ୍): ଭୁବନଶ୍ୱରରେ ସୃଷ୍ଟି ହୋଇଛି ଆଉ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତିଭୁମି । କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପେ୍ଲକ୍ସ ପରିସରର ଓଡ଼ିଶା ସରକାର ଓ ଟାଟାଷଷ୍ଟିଲ୍ର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଛି ନାଭାଲ୍-ଟାଟା ହକି ଏକାଡମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ଏକାଡମୀକୁ ଉଦଘାଟନ କରିଥିଲେ । ଏହାଦ୍ୱାରା ଓଡ଼ିଶା ଏବଂ ସମଗ୍ର ଦେଶର ହକି ଖେଳାଳୀ ଅଧିକ ଅଭ୍ୟାସ କରିପାରିବେ ଏବଂ ଏକାଡେମୀରୁ ବିଶ୍ୱସ୍ତରୀୟ ଖେଳାଳୀ ସୃଷ୍ଟି ହୋଇପାରିବେ । ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ଟାଟାଷ୍ଟିଲର ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଏହା କ୍ରୀଡ଼ା ପାଇଁ ଶୁଭଙ୍କର ବୋଲି କହିଥିଲେ । ଏହି ଏକାଡେମୀରେ ବର୍ତମାନ ୨୪ ଜଣ ବାଳିକା ହକି ଖେଳାଳି ରହିଛନ୍ତି । ସେହିପରି ପଶିକ୍ଷକଭାବେ ନେଦରଲ୍ୟାଣ୍ଡର ଫ୍ଲୋରିସ୍ ବୋଭଲାଣ୍ଡର୍ ରହିଥିବାବେଳେ ସହଯୋଗୀ ପ୍ରଶିକ୍ଷକଭାବେ ଭାରତର ସନ୍ଦୀପ କୌରଙ୍କୁ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here