ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା: ୫ ବନ୍ୟାଂଚଳର ବିପନ୍ନଙ୍କୁ ୭ ଦିନ ରିଲିଫ୍

0
96

ଭୁବନଶ୍ୱର(ଓବି ନ୍ୟୁଜ୍): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ ହୋଇପଡ଼ିଥିବାବେଳେ ଏବେ ଉପକୂଳ ଓଡ଼ିଶାରେ ମଧ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାରାହାରି ୧୦୦ ମିମି ରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି । କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲାରେ ସ୍ଥିତି ଖରାପ ରହିଥିବାବେଳେ ସମସ୍ତ ନଦୀ ଫୁଲିବାରେ ଲାଗିଛି । ତେଣୁ ଉପକୂଳ ଜିଲାମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି । ହୀରାକୁଦ ଗେଟ୍ ଖୋଲି ନ ଥିବାବେଳେ ଆଜି ଗେଟ୍ ଖୋଲିବ । ସେହିପରି ଆସନ୍ତାକାଲି ସୁଦ୍ଧା ମୁଣ୍ଡୁଳି ଦେଇ ୧୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ଆଶଙ୍କା ରହିଛି । ତେଣୁ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଯୋଗୁ ପଶ୍ଚିମ ଓଡ଼ିଶାରେ ସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଭାବିତ ଜିଲା ଗୁଡ଼ିକର ଜିଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ନିଜେ ଆଲୋଚନା କରିଛନ୍ତି । ପାଣି ଅଂଚଳରେ ଥିବା ଲୋକଙ୍କୁ ଉଦ୍ଧାର ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାର ୭ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରି ୫ ପ୍ରଭାବିତ ଜିଲା କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଓ ବଲାଙ୍ଗୀର ଜିଲାର ବିପନ୍ନଙ୍କୁ ୭ ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here