ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

0
180

ମୋହନା (ଓବି ନ୍ୟୁଜ) (ସୁବିତ ନାୟକ): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ସ୍ତ୍ରୀକୁ ମାରି ସ୍ୱାମୀ ଆତ୍ମହତ୍ୟା କରିଥିବା ପରି ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଘରେ କିଏ ନଥିବାର ସୁଯୋଗ ନେଇ ସ୍ୱାମୀ ବଚନ ଉଠାଣ ସିଂ ନିଜ ସ୍ତ୍ରୀ ସୁମିତ୍ରା ଉଠାଣ ସିଂକୁ ଟାଙ୍ଗିଆରେ ହାଣି ସେହି ଘରେ ହିଁ ନିଜେ ଲୁଗାରେ ଝୁଲି ହୋଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଆର. ଉଦୟଗିରି ଏସଡ଼ିପିଓ ଅଶୋକ କୁମାର ମହାନ୍ତି ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ପ୍ରାଥମିକ ତଦନ୍ତରୁ ବଚନ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସେ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି ବୋଲି ଏସଡ଼ିପିଓ କହିଥିଲେ ବି ତଦନ୍ତ ଜାରୀ ରହିଛି ସାଇଂଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହାୟତାରେ ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ ସୂଚନା ପ୍ରକାରେ ବଚନ ମାନସୀକ ରୋଗରେ ଆକ୍ରାନ୍ତ ଥିଲା ଓ ଏଥି ପାଇଁ ତାର ଚିକିତ୍ସା ମଧ୍ୟ ହୋଇଥିଲା । ହେଲେ ଏହି ଘଟଣା ପଛର କାରଣ ଜଣାପଡ଼ିନଥିଲେ ବି ଏହା ପାରିବାରିକ ଗଣ୍ଡଗୋଳ ଯୋଗୁଁ ହୋଇଛି ନା ଦାରିଦ୍ରର କଷାଘାତରେ ଜୁଝିହୋଇ ବଚନ ଏପରି ଘଟାଇଛି ତାହା ଅଜଣା ହୋଇ ରହି ଯାଇଛି ।

LEAVE A REPLY

Please enter your comment!
Please enter your name here