ଛତ୍ରପୁରରେ ମାଗଣା ଜାତକ ବିଚାର କାର୍ଯ୍ୟକ୍ରମ ଆରମ୍ଭ

0
177

ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା): ଛତ୍ରପୁର ଜନସାଧାରଣଙ୍କୁ ମାଗଣାରେ ଜାତକ ବିଚାର ଓ ପରାମର୍ଶ ସେବା କାର୍ଯ୍ୟକ୍ରମ ସ୍ଥାନୀୟ ଶିବ କୁମାର ରିଡିଂ ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଖ୍ୟାତ ଜ୍ୟୋର୍ତବିଦ ଡ. ପ୍ରମୋଦ କୁମାର ପାତ୍ର ଆଜି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜନସାଧାରଣଙ୍କୁ ମାଗଣାରେ ଜାତକ ବିଚାର ଓ ପରାମର୍ଶର ସେବା ଯୋଗାଇ ଦେଇ ଆସୁଛନ୍ତି । ଏନେଇ ଆଜି ୨୫ଜଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ଜଣେ ଜଣେ ବ୍ୟକ୍ତି ପ୍ରାୟ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଜାତକ ବିଚାର ଓ ପରାମର୍ଶ ସେବା କରାଯାଉଛି ।
ପ୍ରଖ୍ୟାତ ଜ୍ୟୋର୍ତିବିଦ୍ ଡ. ପ୍ରମୋଦ ପାତ୍ର ୨୦୦୩ ମସିହାରୁ ଜ୍ୟୋର୍ତିବିଦ୍ୟା ଆରମ୍ଭ କରି ୧୧ଟି ଟିଭି ଚ୍ୟାନେଲରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ ଜନସାଧରଣଙ୍କୁ ମାଗଣାରେ ସେବା ଯୋଗାଇ ଆସୁଛନ୍ତି । ଆଜି ଠାରୁ ମୋର ବୃତି ଆରମ୍ଭ କରିଥିବା ମାଟିର ଜନତା ଅର୍ଥାତ୍ ଛତ୍ରପୁର ଅଂଚଳବାସୀଙ୍କୁ ମାଗଣାରେ ଏହି ଜେର୍ତିବିଦ୍ ସେବା ଯୋଗାଇ ଦେଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ।
ମାସର ପ୍ରତ୍ୟେକ ବୁଧବାର ଏହି ଜାତକ ବିଚାର ଓ ପରମର୍ଶ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୁଧବାର ଦିବା ୯ଟାରୁ ୧୨ଟା ଏବଂ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ରହିବ । ଏଥି ନିମନ୍ତେ ମଙ୍ଗଳବାର ୧୦ଟାରୁ ୧୨ ଏବଂ ସନ୍ଧ୍ୟା ୬ରୁ ୮ଟା ମଧ୍ୟରେ ଅଗ୍ରୀମ ପଞ୍ଜିକରଣ କରାଯାଉଛି । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଶିବ କୁମାର ରିଡିଂ ରୁମ ପରିଚାଳନା କମିଟିର ସମ୍ପାଦକ ତଥା ଯୁବ ଆଇନଜୀବୀ ବି. ଶ୍ରୀନିବାସ ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ହେବା ଦ୍ୱାରା ଛତ୍ରପୁର ଆଖପାଖ ଅଂଚଳର ଜନସାଧାରଣ ମାନେ ଯେଉଁ ଖର୍ଚ୍ଚାନ୍ତ ହୋଇ ଦୁରଦୁରାନ୍ତକୁ ଜାତକ ଦେଖାଇବା ପାଇଁ ଯାଉଥିଲେ ସେଥିରୁ ମୁକ୍ତ ହୋଇପାରିବେ ବୋଲି ଆଇନଜୀବୀ ଶ୍ରୀ ରାଓ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here