ମାଓବାଦୀ ଲଗାଇଲେ ପୋଷ୍ଟର

0
54

ନବରଙ୍ଗପୁର(ଓବି ନ୍ୟୁଜ) (ଟୁଟୁ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର କରର୍ଲାପାଡା ନୂତନ ପ୍ରାଥମିକ ବିଦ୍ୟାଳୟରେ ଲାଗିଛି ମାଓ ପୋଷ୍ଟର ଓ ବ୍ୟାନର । ଏହି ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି ସିପିଆଇ ମାଓବାଦୀ ମେନପୁର ଡିଭିଜନ ତରଫରୁ ଲଗାଯାଇଛି । ଏହି ପୋଷ୍ଟର ରେ ଅଗଷ୍ଟ ୧୫ ସ୍ବାଧୀନତା ଦିବସକୁ କଳାଦିବସ ରୂପେ ପାଳନ କରିବା ପାଇଁ ଆହ୍ଵାନ ଦିଆଯାଇଛି । ତାହା ସହିତ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଙ୍କୁ ଅବହେଳା କରୁଛନ୍ତି ,ଗାଁ ଗୁଡ଼ିକରେ ରାସ୍ତା, ସ୍କୁଲ,ପାଣିୟ ଜଳ ଓ ଜମି ପଟ୍ଟା ଠିକ ଭାବରେ ପ୍ରଦାନ କରୁନାହାନ୍ତି , ଏହି ସମସ୍ୟାର ସମାଧାନ ପାଇଁ ମାଓବାଦୀ ମାନଙ୍କର ସଂଗ୍ରାମ ଜାରି ରହିବ ବୋଲି ଉଲ୍ଲେଖ କରିଛନ୍ତି ।
ଆସନ୍ତା କାଲି ଯେହେତୁ ସ୍ବାଧୀନତା ଦିବସ ରହିଅଛି ତେଣୁ ଏହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ପୋଲିସ ପ୍ରଶାସନ ଗୁରୁତର ସହିତ ନେଇ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଏହା ସହିତ ସୁରକ୍ଷା ବ୍ୟବସ୍ଥାର ବ୍ୟାପକ କରାଯାଇଛି ।

LEAVE A REPLY

Please enter your comment!
Please enter your name here