ବ୍ରହ୍ମପୁର(ଓବି ନ୍ୟୁଜ୍): ୧୦ରୁ କମ୍ ପିଲା ଥିବା ୯୬୬ଟି ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ବନ୍ଦ ହେଉଥିବା ସ୍କୁଲର ପିଲାମାନେ ପାଖ ସ୍କୁଲରେ ପଢିବା ପାଇଁ ବନ୍ଦୋବସ୍ତ କରିଛନ୍ତି ସରକାର । ଘରଠାରୁ ସ୍କୁଲର ଦୂରତା ଏକ କିଲୋମିଟରରୁ ଅଧିକ ହେଲେ ଅଭିଭାବକଙ୍କୁ ବାଟଖର୍ଚ୍ଚ ଦିଆଯିବ । ଅଭିଭାବକଙ୍କୁ ବର୍ଷକୁ ୧୦ ମାସର ବାଟଖର୍ଚ୍ଚ ମିଳିବ । ୭୫% ଉପସ୍ଥାପନା ଥିଲେ ମାସିକ ୬୦୦ ଟଙ୍କା ମିଳିବାକୁ ଥିବା ବେଳେ ୫୦ର ୭୪ % ଉପସ୍ଥାପନା ଥିଲେ ମାସିବ ୪୦୦ ଟଙ୍କା ମିଳିବ । ସେହିପରି ୩୦ରୁ ୪୯% ଉପସ୍ଥାପନା ଥିଲେ ମାସିକ ୩୦୦ ଟଙ୍କା ବାଟଖର୍ଚ୍ଚ ମିଳିବ । ୩୦ରୁ କମ୍ ଉପସ୍ଥାପନା ଥିବା ପିଲାଙ୍କୁ କୌଣସି ବାଟଖର୍ଚ୍ଚ ମିଳିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।