ପୋଲ ଉପରେ ପାଣି

0
28

ବୀରମହାରାଜପୁର ଓବି ନ୍ୟୁଜ) (ସୂର୍ଯ୍ୟ ନାରାୟଣ ପଣ୍ଡା): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ ବ୍ୟାହତ ହୋଇଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତେଲନଦୀ ଓ ମହାନଦୀରେ ବନ୍ୟା ପାଣି ଆସିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀରେ ଅଧିକ ପାଣି ଆସିିବାରୁ ପୂର୍ବାହ୍ନ ୧୦ଟାରୁ ବାଉରୀଯୋରରେ ଜଳପତ୍ତନ ବୃଦ୍ଧି ପାଇଥିଲା। ମଧ୍ୟାହ୍ନବେଳକୁ ବାଉରୀଯୋର ପୋଲ ଉପରେ ପ୍ରାୟ ୭ ଫୁଟ ପାଣି ଜମି ରହିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସକାଳୁ ଉକ୍ତ ରାସ୍ତା ଦେଇ ବୌଦ୍ଧ ଓ ରେଢ଼ାଖୋଲକୁ ଯାଇଥିବା ଲୋକେ ଅପରାହ୍ନରେ ଫେରିବା ବେଳେ ହଇରାଣ ହୋଇଛନ୍ତି। ଏପରିକି ଉକ୍ତ ରାସ୍ତା ଦେଇ ସୋନପୁର, ଉଲୁଣ୍ଡା, ବିନିକା, ବଲାଙ୍ଗୀର ଅଞ୍ଚଳର ଲୋକେ ରେଢ଼ାଖୋଲ, ବୌଦ୍ଧ, ଅନୁଗୋଳ ସମେତ ରାଜଧାନୀ ଭୁବନେଶ୍ୱର ଓ କଟକକୁ ଯିବା ଆସିବା କରନ୍ତି । ଏବେ ପୋଲ ଉପରେ ପାଣି ଥିବା ଯୋଗୁଁ ବୀରମହାରାଜପୁର ଉକ୍ତ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସୂଚନାଯୋଗ୍ୟ ଉକ୍ତ ଯୋର ଉପରେ ନୂତନ ଭାବରେ ଏକ ଉଚ୍ଚ ପୋଲ ନିର୍ମାଣ ହେଉଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହି ସମସ୍ୟା ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here