ଭାରତୀୟ ସେନାଙ୍କୁ ରକ୍ଷା ବନ୍ଧନର ଡୋରୀ ପଠାଇଲେ ଛାତ୍ରୀ

0
358

ହିଞ୍ଜିଳିକାଟୁ(ଓବି ନ୍ୟୁଜ) (ପବିତ୍ର କୁମାର ପାତ୍ର): ଆସନ୍ତାକାଲି ରକ୍ଷାବନ୍ଧନ ଉତ୍ସବ । ଆଉ ଏହା ସହିତ ପଡ଼ୁଛି ପବିତ୍ର ସ୍ୱାଧୀନତା ଦିବସ । ଭଉଣୀଙ୍କୁ ରକ୍ଷା କରିବାର ଦିନଟିଏ । ଠିକ୍ ସେହିପରି ଭାରତମାତାଙ୍କୁ ସୁରକ୍ଷା ଦେବାର ଦିନଟିଏ । ଇଂରେଜ କବଳରୁ ଭାରତମାତାଙ୍କୁ ସ୍ୱାଧୀନ କରିଥିଲେ ବହୁ ସ୍ୱାଧୀନତା ସଂଗ୍ରାମୀ । ଆଉ ସେବେ ଠାରୁ ଭାରତମାତାକୁ ସୁରକ୍ଷା ଦେଇ ଆସୁଛନ୍ତି ଭାରତୀୟ ସେନା ବାହିନୀର ଯବାନମାନେ । ଏଣୁ ରକ୍ଷାବନ୍ଧନ ଉତ୍ସବର ଅବ୍ୟାବହିତ ପୂର୍ବରୁ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀମାନେ ଯବାନ ମାନଙ୍କର ଜୟ ଜୟକାର କରି ସେମାନଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି ।
ବିଶେଷ କରି ଜମ୍ମୁ, କାଶ୍ମୀର ଓ ଲଦାକରେ ଭାରତମାତାର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଯବାନ ମାନଙ୍କୁ ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସେମାନଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ନିକଟକୁ ରାକ୍ଷୀ ପଠାଇ ସେମାନଙ୍କର ତଥା ଭାରତମାତାର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କାଜଲ ପାଢି, ସନ୍ତୋଷିନି ବେହେରା, ସୋନାଲି ବେହେରା, କେ. ପୂଜା, ସରସ୍ୱତୀ ବେହେରାଙ୍କ ସମେତ ବହୁ ଛାତ୍ରୀ ଯୋଗଦାନ କରିଥିବା ବେଳେ ଛାତ୍ର ଶିବା ପାତ୍ର ଏଥିରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here