ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0
36

ବ୍ରହ୍ମପୁର (ଓବି ନ୍ୟୁଜ): ଆସନ୍ତାକାଲି ସବୁଠି ପାଳନ ହେବ ପବିତ୍ର ସ୍ୱାଧୀନତା ଦିବସ । ବ୍ରହ୍ମପୁର ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ମହୋତ୍ସବ । ଦକ୍ଷିଣାଂଚଳ ରାଜସ୍ୱ କମିଶନର ଏଥିରେ ପତାକା ଉତୋଳନ କରିବେ । ଅନ୍ୟ ପଟେ କାଶ୍ମୀର ପ୍ରସଙ୍ଗକୁ ନେଇ ପୂର୍ବରୁ ସବୁଠି ହାଇଆଲର୍ଟ ଜାରୀ କରାଯାଇଥିବା ବେଳେ ଆସନ୍ତାକାଲି କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାସ୍ତାରେ ଯାନବାହାନ ଯାଂଚ ସହ ସମୁଦ୍ର ତଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି । ଏଥି ପାଇଁ ପୁଲିସ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ ।

LEAVE A REPLY

Please enter your comment!
Please enter your name here