ସୋନପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ

0
19

ସୋନପୁର (ଓବି ନ୍ୟୁଜ) ( ସୁଶାନ୍ତ କୁମାର ସାହୁ): ଗତ ସୋମବାର ଭୋରରୁ ଲାଗିରହିଥିବା ବର୍ଷା ସୁବର୍ଣ୍ଣପୁର ଜିଲ୍ଲାରେ ରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଆକାଶ ଫଟା ବର୍ଷାରେ ବହୁ ରାସ୍ତା ଘାଟ ଧୋଇ ନେଇଥିବା ବେଳେ ଶହଶହ ଏକର ଚାଷ ଜମିର ଫସଲ ନଷ୍ଟ କରିଛି । ସୋନପୁର ସଦର ଟି ବିରମହାରାଜପୁର, କଂଟାମାଲ,ବୈାଦ୍ଧ,ତରଭା ବିନିକା ଠାରୁ ବାହ୍ୟଜଗତ ବିଚ୍ଛିନ୍ନ ହୋଇଯାଇଥିବାବେଳେ ତେଲ ଓ ମହାନଦୀରେ ସୃଷ୍ଟ ବନ୍ୟା ଜଳ ହଜାର ହଜାର ଏକର ଜମିକୁ ଓ ରାସ୍ତା ଗୁଡିକୁ ଜଳମଗ୍ନ କରିଦେଇଛି । ଶତାଧିକ ଘର ଭାଙ୍ଗିଯାଇଥିବା ବେଳେ ବହୁ ଘରକୁ ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିଛି । ବ୍ଳକର ବିଭିନ୍ନ ଗାଁର ଅନେକ ଜଣଙ୍କୁ ବିଭିନ୍ନ ସ୍କଲରେ ରଖାଯାଇ ରିଲିଫ ଖାଦ୍ୟ ଦିଆଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୋହିପରି ଫୁଲବାଣୀ ଯାଉଥିବା ଅନେକ ଯାତ୍ରି ଙ୍କୁ ସୋନପୁର ପୈାର ପରିଷଦ ପକ୍ଷରୁ ରନ୍ଧାଖାଦ୍ୟ ବଂଟଣା କରାଯାଇଥିଲା ଏହି ଜିଲ୍ଲାର ବାହ୍ମଣି, ସିବତୁଲା, ପୁରୁଣାପଣି, ମରାଡୁଘୋଚ୍ଛା, ବଲିଖମାର , ମେଣ୍ଡା, ଦଉଲପଦର , ରାଣିସର୍ଡା ଆଦି ଅଂଚଲର ବନ୍ୟା ପୀଡିତଙ୍କୁ ସୁରକ୍ଷିତ ଅଂଚଳରେ ରଖାଯାଇଥିବା ଜଣାଯାଇଛି । ଅନେକ ରାସ୍ତାର ଅନେକ ସ୍ଥାନରେ ବଡବଡ ଘାଇ ହୋଇ ଧୋଇନେଇଛି । ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଛି ।
ବିଭିନ୍ନ ଗାଁର ପୋଖରୀ ପୂରି ଯାଇ ଘାଇ ସୃଷ୍ଟି କରିଛି । ଜିଲ୍ଲାର ହଜାର ହଜାର ଏକର ଚାଷ ଜମି ବାଲିଚର ହୋଇଯାଇଥିବା ବେଳେ ଶତାଧିକ ଲୋକଙ୍କ ଘର ଭାଙ୍ଗିଛି । ବହୁ ଲୋକଙ୍କ ଘରକୁ ପାଣିଶି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ସଦର ସୋନପୁର କିଛି ପଡାରେ ରହୁଥିବା ବହୁ ଲୋକଙ୍କୁ ଘରକୁ ପାଣି ପଶି ଯିବାରୁ ସେମାନେ ରାତି ସାରା ଅନିଦ୍ରା ରହିଛନ୍ତ । ତେବେ ଆଜି ମହାନଦୀରେ ହିରାକୁଦ ରୁ ବନ୍ୟା ଜଳ ଛଡାଯିବାର ସୁଚନା ମିଳିଛି ତେବେ ପାଣି ଛଡାଯିବା ପରେ ପରିସ୍ଥିତି କୁ ନିୟନ୍ତ୍ରରରେ ରଖିବା ପାଇଁ ପ୍ରସାସନ ପ୍ରସ୍ଥୁତ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ଥ ଲୋକଙ୍କୁ ତଥା ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ତେବେ ତେଲ ନଦୀବନ୍ୟାଜଳ ଦ୍ୱାରା ଅନେକ ଅଂଚଳରେ ପାଣି ମାଡିଯାଇଥିବା ସୁଚନା ମିଲିଛି ।

LEAVE A REPLY

Please enter your comment!
Please enter your name here