ହିଞ୍ଜିଳିର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ

0
109

(ହିହିଞ୍ଜିଳିକାଟୁ(ଓବି ନ୍ୟୁଜ୍)(ପବିତ୍ର କୁମର ପାତ୍ର): ଜୁନ୍/୨୧ କୁ ସାରା ବିଶ୍ଵ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରୁଛି। ଜଣେ ବ୍ୟକ୍ତି ନିରୋଗୀ ରହିବା ଏକ ମାତ୍ର ଉପାୟ ହେଲା ଯୋଗ। ଶୁକ୍ରବାର ସକାଳୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ତ୍ୱାବଧାନରେ ସ୍କୁଲ୍ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୋଗର ନିୟମ ,ଯୋଗର ଉପଯୋଗିତା ବିଷୟରେ ଶାରୀରିକ ଶିକ୍ଷକ ବିଭୂତି ପଟ୍ଟନାୟକ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ସେହିପରି ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଖଣ୍ଡ ସଂଯୋଜକ ସନ୍ନ୍ୟାସୀ ପୃଷ୍ଟି, ସହ ସଂଯୋଜକ ଆଲୋକ କୁମାର ନାୟକ, ତ୍ରିରଙ୍ଗା ଯୁବକ ସଂଘର ସଭାପତି ରଞ୍ଜନ କୁମାର ସାହୁ ପ୍ରମୂଖ ପରିଚାଳନା କରିଥିଲେ। ଏହି ଯୋଗ କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର ସଦସ୍ୟ ଏବଂ ସହରର ବହୁ ବୁଦ୍ଧିଜୀବୀ, ଯୋଗପ୍ରେମୀ ଯୋଗଦେଇ ଥିଲେ।

LEAVE A REPLY

Please enter your comment!
Please enter your name here