ପବିତ୍ର ବନ୍ଧନ ରାଖୀ ପୂର୍ଣ୍ଣିମା

0
56

ସୋନପୁର (ଓବି ନ୍ୟୁଜ) ( ସୁଶାନ୍ତ କୁମାର ସାହୁ): ଆସନ୍ତାକାଲି ପାଳନ ହେବ ଗହ୍ମା ପୂର୍ଣ୍ଣିମା । ଏହି ପୂର୍ଣ୍ଣିମାର ବିଶେଷତ୍ୱ ହେଲା ଭଗବାନ ବଳରାମଙ୍କ ଜନ୍ମ ଦିନ । ତାଙ୍କର ଜନ୍ମ ଦିନରେ ଗୋରୁ ଗାଈ ଆଦିଙ୍କୁ ପୂଜା କରିବା ଗୋ ସୁରକ୍ଷା ତଥା କୃଷକ ସମାଜ ପରସ୍ପର ମଧ୍ୟରେ ସୁସଂପର୍କ ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ୱ ବହନ କରିଥାଏ । ଏହା ବ୍ୟତୀତ ଭାଇ ଭଉଣୀର ପବିତ୍ର ବନ୍ଧନ ତଥା ଭଉଣୀ ସୁରକ୍ଷା କବଚ ଭାବେ ଭାଇ ସଦାସର୍ବଦା ସାଥିରେ ସୁଖ ଦୁଃଖରେ ସାଥି ହେବ ବୋଲି ଭାଇ ହାତରେ ରାକ୍ଷୀ ବାନ୍ଧି ଗୁହାରି କରିଥାଏ ଭଉଣୀ । ତେବେ କର୍ମ କ୍ଳାନ୍ତ ଜୀବନରୁ କିଛିଟା ବିଶ୍ରାମ ମିଳିଥାଏ ସମସ୍ତେ ଏହି ମହତ୍ ଦିନ ପାରିବାରିକ ଉତ୍ସବ ମନାଇବା ସହ ବିଭିନ୍ନ ପ୍ରକାର ପିଠାପଣା ନିଜ ଘରେ ତିଆରି କରିଥାନ୍ତି । ଦିଅଁ ଦେବତାକୁ ରାକ୍ଷୀ ପିନ୍ଧାଇବା ସହ ଗାଈ ଗୋରୁଙ୍କ ସିଙ୍ଘରେ ଚାଷୀ ରାକ୍ଷୀ ବାନ୍ଧି ପୂଜା କରିଥାଏ । କିନ୍ତୁ ପାଗରେ ପରିବର୍ତନ ଯୋଗୁଁ ଏଥର ଚାଷ କାର୍ଯ୍ୟ ବିଶେଷ ଧିମା ଗତିରେ ଚାଲିଛି ଓ ଏପଟେ ବନ୍ୟା ପରିସ୍ଥିତି ଯୋଗୁ ରାକ୍ଷୀ ପୂର୍ଣ୍ଣିମା ଫିକା ପଡ଼ିବ ସେଥିରେ ସନ୍ଦେହ ନାହିଁ ।

LEAVE A REPLY

Please enter your comment!
Please enter your name here