ଛତ୍ରପୁର (ଓବି ନ୍ୟୁଜ୍)(ପ୍ରଶାନ୍ତ କୁମାର ମହାରଣା) ; ସ୍ଥାନୀୟ ନୀଳକଣ୍ଠେଶ୍ୱର ବୋଲବମ୍ ସଂଘ ପକ୍ଷରୁ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସଂଘର ବୋଲବମ୍ ବ୍ରତଧାରୀମାନେ ଆଜି ଗଞ୍ଜାମ ନିକଟ ରୁଷୁକୁଲ୍ୟା ନଦୀରୁ କଳସରେ ପାଣି ଉଠାଇ ଏକ ବଣ୍ଣାଢ୍ୟ ଶୋଭାଯାତ୍ରାରେ ବାଦ୍ୟ ବାଜଣା ସହ ବୋଲ ବମ୍ ହର ହର ବମ୍ ଧ୍ୱନିରେ ଚାଲି ଚାଲି ଆସି ଛତ୍ରପୁର ସହର ପରିକ୍ରମା କରି ନୀଳକଣ୍ଠ ମନ୍ଦିର ନିକଟରେ ପହଂଚିଥିଲେ । ସେଠାରେ କଳସ ଭାର ରଖି ମହାଦେବଙ୍କ ପୀଠରେ ପୁଜାର୍ଚ୍ଚାନା କରିଥିଲେ । ଆସନ୍ତା କାଲି ଶ୍ରାବଣ ପୁର୍ଣ୍ଣମା ଅବସରରେ ମହାଦେବଙ୍କ ମସ୍ତକରେ ଜଳାଭିଶେକ କରିବେ ।