ଧର୍ମଗଡ (ଓବି ନ୍ୟୁଜ୍)(ସୁଧୀର କୁମାର ଗୋପାଳ) :- ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷାରେ ଅନେକ ଲୋକଙ୍କ ଘର ଭୁଷୁଡି ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ପର୍ଳା ଗାଅଁ ଜଗଜୀବନ ସାହୁର ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବେ ତାହା ଏବେ ଚିନ୍ତାର କାରଣ ହୋଇଅଛି ।ପରିବାର ପୋଷଣ କରିବେ କି ଘର ତିଆରି କରିବେ ଏନେଇ ବହୁତ ଚିନ୍ତା ଗ୍ରସ୍ତ ଥିବାବେଳେ ।ବର୍ତ୍ତମାନ ପାଖ ପଡିଶା ଭାଇଙ୍କ ଗୃହରେ ଅସ୍ଥାୟୀ ଭାବରେ ପରିବାର ରହି ନିଜ ଜୀବନ କାଳାତିପାତ କରୁଛନ୍ତି ।ଏନେଇ କିଛି ଅର୍ଥ ସହାୟତା ପାଇଁ ସରକାରଙ୍କ ଦୃଷ୍ଟି ଆକଷର୍ଣ କରିଛନ୍ତି ।