ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) :- ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ କ୍ରାନ୍ତି ସପ୍ତାହ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ , ମହାବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ , ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଥିଲେ । ୧୯୪୨ ମସିହାରେ ହୋଇଥିବା ଅଗଷ୍ଟ ବିପ୍ଲବ ଏବଂ ସ୍ବାଧିନତା ଆନ୍ଦୋଳନ କ୍ଷେତ୍ରରେ ଭାରତର ବରପୁତ୍ର ମାନଙ୍କ ବଳିଦାନ ସମ୍ପର୍କରେ ପ୍ରାରମ୍ବିକ୍ ସୁଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଏନଏସଏସ ଅଧିକାରୀ ଡ଼ଃ ଭାରତୀ ପାଣିଗ୍ରାହୀ ,


ଏଥିରେ ମଂଚାସିନ ରହି ଦେଶର ସ୍ଵାଧୀନତା ଆନ୍ଦୋଳନରେ ଭାରତରେ ଆବାଳ-ବୃଦ୍ଧ ବନିତା ର ଭୂମିକା ସମ୍ପର୍କରେ କହିଥିଲେ କ୍ରାନ୍ତି ଦିବସର ମହତ୍ତ୍ୱ ର ବିଭିନ୍ନ ଦିଗ ସମ୍ପର୍କରେ କହି ଆଗାମୀ ଯୁବ-ପୀଢ଼ି ଏଭଳି ଆଦର୍ଶର ଅନୁଗାମୀ ହେବା ପାଈଁ ନିଜକୁ ପ୍ରସ୍ତୁତ ରଖିବା କ୍ଷେତ୍ରରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ , ତାଙ୍କ ଭାଷଣରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଛାତ୍ରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ପରିଚାଳନା କରିଥିଲେ ।